ଟେଲିଭିଜନ ସାକ୍ଷାତକାର, ପ୍ରଶ୍ନ ପଚାରିବା ନପଚାରିବା

0

ସମୟ ଲାଇଭ,୨୯/୧୦: ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜର ସଭାଗୃହରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ଆନୂକୁଲ୍ୟରେ “ଟେଲିଭିଜନ ସାକ୍ଷାତକାର, ପ୍ରଶ୍ନ କରିବା ନକରିବା ଶୀର୍ଷକ ଏକ ଅଲୋଚନା ଚକ୍ର” ଅନୁଷ୍ଠିତ ହୋଇଯାଇଛି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଏହି ଆଲାଚନାଚକ୍ରରେ ଯୋଗ ଡେଇ କହିଥିଲେ ଯେ ସବୁ କ୍ଷତ୍ରରେ ବ୍ରୂତିଗତ ସମସ୍ୟା ରହିଛି ୲ ସାମ୍ବାଦିକତା କ୍ଷତ୍ରରେ ଯଦିଓ ଏହାର ପରିମାଣ ଅଧିକ କିନ୍ତୁ ସାମ୍ବାଦିକମାନେ ଏହାକୁ ଖାତିର ନକରି ନିରପେକ୍ଷ ଖବର ପରିବେଷଣ କରିବା ଉଚିତ ୲ ରାଜନୈତକ ବ୍ୟକ୍ତିବିଶେଷ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ହାର ନମାନି ସତ୍ୟକୁ ସାମ୍ନାକୁ ଆଣିବା ମୁଖ୍ୟ କର୍ତ୍ତବ୍ୟ ବୋଲି ସେ ମତପୋଷଣ କରିଥିଲେ ୲ ଟିଆରପି ଆଶାରେ କିଛି ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ଗୁଡିକ ଖବର ପରିବେଷଣର ଢାଞ୍ଚାକୁ ପରିବର୍ତ୍ତନ କରି ଏହାକୁ ମନୋରଂଜନଧର୍ମୀ କରିଦେଉଛନ୍ତି ୲ ଏବେ ନ୍ଯୂଜ ରୁମ ଗୁଡିକ ଯୁଧ୍ୟରୁମରେ ପରିଣତ ହେବା ସହ ଆଙ୍କର ପରିବର୍ତ୍ତେ ସାକ୍ଷାତକାର ଦେବାକୁ ଆସିଥିବା ବ୍ୟକ୍ତି ଅଧିକ କ୍ରିୟାଶୀଳ ରହୁଛନ୍ତି ୲ ଦୁର୍ଭାଗ୍ୟ ବଶତଃ ଆମ ଦର୍ଶକ ଏହାକୁ ଗ୍ରହଣ କରୁଛନ୍ତି ଯାହା ବିଡମ୍ବନାର ବିଷୟ ବୋଲି ସେ କ୍ଷଭୋ ପ୍ରକାଶ କରିଥିଲେ ୲ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଏବେ ଗଣମାଧ୍ୟମ ଗୁଡିକ ଅନେକ ପ୍ରକାର ସମସ୍ୟା ଡେଇ ଗତି କରୁ୍ଥିବା ବେଳେ ସାମ୍ବାଦିକମାନେ ସ୍ଵାଧୀନ ଭାଵେ କାମ କରିବା କଷ୍ଟକର ହେଉଛି ୲ କିନ୍ତୁ ଏସବୁକୁ ଖାତିର ନକରି ସାମ୍ବାଦିକମାନେ ଖବର ପରିବେଷଣ କରିଲେ ସମାଜ ପ୍ରତି ଶୁଭଙ୍କର ହେବ ବୋଲି ସେ କହିଥିଲେ ୲
ଅନ୍ୟତମ ଅତିଥି ଭାଵେ ନନ୍ଦିଘୋଷ ଟିଭିର ମୁଖ୍ୟ ଉପସ୍ଥାପିକା ଗାୟତ୍ରୀ ମହାନ୍ତି ଯୋଗ ଡେଇ କହିଥିଲେ ଯେ ପ୍ରଶ୍ନ ପଚାରିବା ବେଳେ ସାମ୍ବାଦିକ ମାନେ ଉତକ୍ଷିପ୍ତ ନହୋଇ ତାଙ୍କ ପ୍ରଶ୍ନ ଶାଣିତ ହେବା ଆବଶ୍ୟକ ୲ ପ୍ରଶ୍ନ କରିଲା ବେଳେ ସାକ୍ଷାତକାରତାର ନିଜ ଉପରେ ନିୟନ୍ତ୍ରଣ ରହିବା ସହ ଆଇନ କାନୁନ ଓ ବିଧି ବ୍ୟବସ୍ତା ଉପରେ ସମ୍ୟକ ଧାରଣା ରହିବା ନିହାତି ଆବଶ୍ୟକ ୲ କୌଣସି ବିଷୟରେ ସାକ୍ଷତକାର ନେବା ପୁର୍ବରୁ ପ୍ରାକ ପ୍ରସ୍ତତି ଓ ଜ୍ଞାନ ଅହରୋଣ କରିବା ନିହାତି ଅବଶ୍ୟକ ଯଦ୍ଵାରା ସାକ୍ଷାତକାର ଦେଉଥିବା ବ୍ୟକ୍ତି ଉପରେ ସଠିକ ପ୍ରଶ୍ନ ପଚରିହେବ ୲
ଅନୁଷ୍ଠାନର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ଉତ୍ସାହିତ କରିବାକୁ ଯାଇ ସାକ୍ଷାତକାରକର୍ତ୍ତାର ଉପସ୍ତିତ ବୁଧି ଓ ପ୍ରଶ୍ନ ଶୈଳୀ ଉପରେ ବୁଝାଇଥିଲେ ୲ ଏହି ଆଲୋଚନାଚକ୍ରରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ମନୋରଂଜନ ପଣ୍ଡା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ରୁଚିକର ମନ୍ତବ୍ୟ ଦେଇଥିଲେ  ୲ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶୁଚିସ୍ମିତା ମିଶ୍ର, ରଘୁନାଥ ମଣ୍ଡଳ ଓ ଅନୁଷ୍ଟାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ତିତ ଥିଲେ ୲

Leave A Reply

Your email address will not be published.