ସାକିବ ବାଂଲାଦେଶ ଟେଷ୍ଟ ଅଧିନାୟକ

ଢ଼ାକା : ଅଲ୍‌ରାଉଣ୍ଡର ସାକିବ ଅଲ୍‌ହାସନଙ୍କୁ ତୃତୀୟଥର ପାଇଁ ବାଂଲାଦେଶର ଟେଷ୍ଟ ଅଧିନାୟକ ମନୋନୀତ କରାଯାଇଛିି । ମୋମିନୁଲ ହକ୍‌ଙ୍କ ସ୍ଥାନରେ ସାକିବଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ସେହିଭଳି ବାଂଲାଦେଶ କ୍ରିକେଟ ବୋର୍ଡ ବ୍ୟାଟ୍ସମ୍ୟାନ୍‌ ଲିଟନ ଦାସଙ୍କୁ ଉପଅଧିନାୟକ ମନୋନୀତ କରିଛି । ଚଳିତ ମାସ ଶେଷ ବାଂଲାଦେଶ ଓ େୱଷ୍ଟଇଣ୍ଡିଜ୍‌ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ସାକିବ ଅଲ୍‌ହାସନ ଓ ଲିଟନ ଦାସ ବୋର୍ଡର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ବିସିବି ସଭାପତି ନଜମୁଲ ହାସନ ସୂଚନା ଦେଇଛନ୍ତି । ମଙ୍ଗଳବାର ମୋମିନୁଲ ହକ୍‌ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ ।

୨୦୨୨ରେ ବାମହାତି ବ୍ୟାଟର ମୋମିନୁଲ ୬ଟି ଟେଷ୍ଟରୁ ମାତ୍ର ୧୯୨ ରନ୍‌ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ଏହି ଶୃଙ୍ଖଳାରେ ବାଂଲାଦେଶ ୧-୦ରେ ହାରିଥିଲା । ୩୫ ବର୍ଷୀୟ ସାକିବ ତୃତୀୟଥର ପାଇଁ ବାଂଲାଦେଶର ଅଧିନାୟକ ହୋଇଛନ୍ତି । ପୂର୍ବରୁ ୨୦୦୯ରୁ ୨୦୧୧ ଏବଂ ୨୦୧୭ରେ ଟେଷ୍ଟ ଅଧିନାୟକ ହୋଇଥିଲେ । ସାକିବ ଅଲ୍‌ଙ୍କ ନେତୃତ୍ୱରେ ବାଂଲାଦେଶ ୧୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ୧୧ଟିରେ ହାରିଥିଲା । ଆଗାମୀ ୫ ତାରିଖରେ ବାଂଲାଦେଶ ଦଳ େୱଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ । ଏହି ଗସ୍ତରେ ଟେଷ୍ଟ ଶୃଙ୍ଖଳା ବ୍ୟତୀତ ବାଂଲାଦେଶ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ । ଟି-୨୦ରେ ମହମ୍ମଦୁଲ୍ଲା ରିଆଦ ଓ ଦିନିକିଆରେ ତମିମ୍‌ ଇକୱାଲ ଦଳର ନେତୃତ୍ୱ ନେବେ ।

Govt

Comments are closed.