ବ୍ରହ୍ମପୁର : କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ! ଏଭଳି ସଂଗୀନ ଅଭିଯୋଗ ଆସିଛି ହିଞ୍ଜିଳି କଲେଜ ବିରୋଧରେ ଏହା ସହିତ କଲେଜରେ ବର୍ଷ ବର୍ଷ ଧରି ମହା ଦୁର୍ନୀତି I ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ନେଇ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ।
ତେବେ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଇଛି ଯେ, ଗତ ଦୁଇ ବର୍ଷ ହେଲା ଏଭଳି ସେକ୍ସ୍ ରାକେଟ କାରବାର ଚାଲୁଛି କଲେଜ କ୍ୟାମ୍ପସ ମଧ୍ୟରେ । ଏହାସହ କଲେଜର ଅନେକ ଦୁର୍ନୀତି ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି ।
ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ ରାତି ସମୟରେ ସେକ୍ସ୍ ରାକେଟ ଚାଲୁଛି । ଏନେଇ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି । ଭୁବନେଶ୍ୱର, ସମ୍ବଲପୁର ବାଲେଶ୍ଵର ଏବଂ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ଅଧ୍ୟକ୍ଷ ସମେତ ଅଧ୍ୟାପକ ମାନଙ୍କ ବିରୋଧରେ ଆସୁଛି ସାଙ୍ଘାତିକ ଅଭିଯୋଗ । କେଉଁଠି କଲେଜର ସାମଗ୍ରୀକୁ ନେଇ ଦୁର୍ନୀତି ତ କେଉଁଠି ଅଧ୍ୟାପକ ନିଯୁକ୍ତି ସମେତ ଆର୍ଥିକ କାରବାରକୁ ନେଇ ଅଭିଯୋଗ ହୋଇଛି।

Comments are closed.