ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ଆଜିକାଲି ରାତିରେ ପାର୍ଟି କରିବା ଯେମିତି ଏକ ଟ୍ରେଣ୍ଡ୍‌ ପାଲଟିଛି । ଏହି ନାଇଟ୍‌ ପାର୍ଟିରେ ସମସ୍ତେ ଅନ୍ୟଠୁ ଭିନ୍ନ ଏବଂ ଗ୍ଲାମର୍‌ ଦେଖିବାକୁ ଚାହାନ୍ତି । ଏଥିପାଇଁ ଆପଣ ପାର୍ଟିରେ ଆକର୍ଷଣୀୟ ଦେଖାଯିବା ପାଇଁ ସ୍ୱିକେନ୍ସ ଫ୍ୟାଶନକୁ ଆପଣାଇ ପାରିବେ । ଆଜିକାଲି ଟ୍ରେଣ୍ଡ୍‌ରେ ଥିବା ସ୍ୱିକେନ୍ସ ଡ୍ରେସ୍‌ କିମ୍ବା ଆଉଟଫିଟ୍‌ ପିନ୍ଧିଲେ ଆପଣ ବଲିଉଡ୍‌ ହିରୋଇନଙ୍କଠୁ ବି କୌଣସି ମାତ୍ରାରେ କମ୍‌ ଦେଖାଯିବେ ନାହିଁ ।

ସିକେ୍ୱନ୍‌ ଗାଉନ୍‌

ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ନାଇଟ୍‌ ପାର୍ଟି ପାଇଁ ସିକେ୍ୱନ୍‌ ଗାଉନ୍‌ ସବୁଠୁ ବେଷ୍ଟ୍‌ । ଯଦି ଆପଣଙ୍କ ଉଚ୍ଚତା କମ୍‌ ତାହେଲେ ଏହି ସିକେ୍ୱନ୍‌ ଗାଉନ୍‌କୁ ଆପଣ ଟ୍ରାଏ କରିପାରିବେ । ସାଧାରଣତଃ ବ୍ଲାକ୍‌ ଏବଂ ମେରୁନ ରଙ୍ଗର ଗାଉନ ଅଧିକ ଆକର୍ଷଣୀୟ ଲାଗିଥାଏ ।

ସିକେ୍ୱନ୍‌ ସର୍ଟ ଡ୍ରେସ୍‌

ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ଯଦି ଆପଣ ଲମ୍ବା ଗାଉନ୍‌ ପିନ୍ଧିବାକୁ ଚାହୁଁନାହାନ୍ତି ତାହେଲେ ସିକେ୍ୱନ୍‌ ସର୍ଟ୍ସ ଡ୍ରେସ୍‌ ପିନ୍ଧିପାରିବେ । ଏହାର ବିଭିନ୍ନ ରଙ୍ଗର ମିଳିବା ସହ ଭିନ୍ନ ପ୍ୟାଟର୍ନର ମଧ୍ୟ ମାର୍କେଟରେ ଅତି ସହଜରେ ମିଳିଥାଏ । ଏହି ପ୍ରକାର ଡ୍ରେସ୍‌ର ମୂଲ୍ୟ ଲୋକାଲ ମାର୍କେଟରେ ସର୍ବନିମ୍ନ ୫୦୦ ଟଙ୍କାରୁ ଆରମ୍ଭ ହୋଇଥାଏ ।

ସିକେ୍ୱନ୍‌ ଲେହେଙ୍ଗା, ସ୍କର୍ଟ

ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ଯଦି ଆପଣ ବିବାହ ଉତ୍ସବକୁ ଯାଉଛନ୍ତି ଏବଂ ନିଜକୁ ଇଣ୍ଡୋ େୱଷ୍ଟର୍ନ ଲୁକ୍‌ ଦେବାକୁ ଚାହୁଁଛନ୍ତି, ତାହେଲେ ସିକେ୍ୱନ୍‌ ଲେହେଙ୍ଗା କିମ୍ବା ସ୍କର୍ଟ ଟ୍ରାଏ କରିପାରିବେ । ଏହାକୁ ସାଧା ରଙ୍ଗର ବ୍ଲାଉଜ୍‌ ସହ ପେୟାର କଲେ ଭଲ ଲାଗିଥାଏ ।

ସିକେ୍ୱନ୍‌ ଶାଢ଼ୀ

ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ବଲିଉଡ୍‌ ପାର୍ଟି ପରେ ଏବେ ସାଧାରଣ ପାର୍ଟିରେ ମଧ୍ୟ ସିକେ୍ୱନ୍‌ ଶାଢ଼ୀ ଟ୍ରେଣ୍ଡ୍‌ରେ ଚାଲିଛି । କରିସ୍ମା କପୁରଠାରୁ ଆରମ୍ଭ କରି ଜାହ୍ନବୀ କପୁର ପ୍ରାୟ ସମସ୍ତ ସେଲିବ୍ରେଟି ନାୟିକାଙ୍କୁ ସିକେ୍ୱନ୍‌ ଶାଢୀ ପିନ୍ଧିଥିବା ନଜର ଆସିଛନ୍ତି । ଆପଣ ଏହି ସେଲିବ୍ରେଟି ଅଭିନେତ୍ରୀଙ୍କ ଲୁକ୍‌କୁ କପି କରିପାରିବେ । ଅନଲାଇନ ପ୍ଲାଟଫର୍ମରେ ଏହି ଶାଢ଼ୀର ବିଭିନ୍ନ ଡିଜାଇନ ଉପଲବ୍ଧ ।

Govt

Comments are closed.