ରାଜ୍ୟସଭା ସାଂସଦ ଭାବେ ଦ୍ୱିତୀୟଥର ଶପଥ ନେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ସସ୍ମିତ ପାତ୍ର ଦ୍ୱିତୀୟଥର ଲାଗି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସସ୍ମିତ ଓଡ଼ିଆରେ ଶପଥ ନେଇଥିଲେ । ସୂଚନାଯୋଗ୍ୟ ସସ୍ମିତ ମଧ୍ୟ ପୂର୍ବରୁ ରାଜ୍ୟସଭା ସଦସ୍ୟ ରହିଥିଲେ । ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ । ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ଶପଥ ନେଇଥିବା ବେଳେ ଆଜି ସସ୍ମିତ ଶପଥ ନେଇଛନ୍ତି ।

Govt

Comments are closed.