ନିକଟରେ ନାସାର ବୈଜ୍ଞାନିକମାନେ ପୃଥିବୀର ଦ୍ୱିତୀୟ ଚନ୍ଦ୍ରନେଇ ସୂଚନା ଦେଇଛନ୍ତି । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଦେଇଥିବା ସୂଚନା ଅନୁସାରେ ଏହି ଚନ୍ଦ୍ର ମହାକାଶରେ ୨୦୮୩ ପର୍ଯ୍ୟନ୍ତ ରହିବ ବୋଲି ଜଣା ପଡିଛି । ନାସା ସୂଚନା ଅନୁସାରେ ୨୦୨୫ ପିଏନ୭ ନାମକ ଏକ କ୍ଷୁଦ୍ରଗ୍ରହ ଫୃଥିବୀର ଅଧାଚନ୍ଦ୍ର ଭାବେ କାମ କରିବ । ଏହା ଏକ ପ୍ରକାର ଦୁର୍ଲଭ ଅନ୍ତରୀକ୍ଷ ପିଣ୍ଡ ଯିଏ ପୃଥିବୀସହିତ ପାଖାପାଖି ଗୋଟିଏ ଗତିରେ ସୂର୍ଯ୍ୟ ଚାରିପଟେ ଘୁରିବ । ଏହାର ଉଚ୍ଚତା ଗୋଟିଏ ଛୋଟ ବିଲ୍ଡିଂ ଭଳି । ତେବେ ଏହା ପୃଥିବୀର ସତ ଚନ୍ଦ୍ରନୁହେଁ କାରଣ ଏହା ଚନ୍ଦ୍ର ଭଳି ଗୁରୁତ୍ୱକାର୍ଷଣ ଶକ୍ତିରେ ବନ୍ଧା ହୋଇ ନାହିଁ । ଏହି ଆଷ୍ଟ୍ରୋଏଡଟି ଖୁବ ଲମ୍ବା ସମୟ ପର୍ଯ୍ୟନ୍ତ ପୃଥିବୀର ଆଖପାଖରେ ରହିବ ବୋଲି ଜଣା ପଡିଛି । ବୈଜ୍ଞାନିକଙ୍କ ମତରେ ଏହି ଆଷ୍ଟ୍ରୋଏଡଟି ଗତ ୬୦ ବର୍ଷଧରି ପୃଥିବୀ ସହିତ ରହିଛି । ୨୦୮୩ ପର୍ଯ୍ୟନ୍ତ ଏହା ପୃଥିବୀ ସହିତ ଏହିପରି ଯୋଡି ହୋଇ ରହିବ ।
