ମେହୁଲ ଚୋକ୍ସି ୧୦ ବର୍ଷ ବାସନ୍ଦ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ପୁଞ୍ଜି ବଜାରରୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି । ତାଙ୍କ ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି ।

୪୫ ଦିନ ଭିତରେ ଜରିମାନା ଦେବାକୁ ତାଙ୍କୁ କୁହାଯାଇଛି । ସେୟାର କାରବାରରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି । ଭାରତ ଛାଡ଼ି ଚାଲିଯାଇଥିବା ଚୋକ୍ସି ଏବେ ଆଣ୍ଟିଗୁଆରେ ରହୁଛନ୍ତି ।

Govt

Comments are closed.