ଚନ୍ଦ୍ରପୃଷ୍ଟର ମାଟିରେ ଉଠୁଛି ଗଛ

କେପ୍‌ କାନାଭରାଲ୍‌: ନାସାଦ ଆପୋଲୋ ମହାକାଶଯାନର ମହାକାଶଚାରୀମାନଙ୍କ ଦ୍ୱାରା ସଂଗୃହୀତ ମାଟିରେ ପ୍ରଥମ କରି ବେଜ୍ଞାନିକମାନେ ଗଛ ଲଗାଇଛନ୍ତି । ଚନ୍ଦ୍ରରୁ ସଂଗୃହୀତ ଅନୁର୍ବର ମାଟିରୁ ଅଙ୍କୁରୋଦଗମ ହେବା ନ ହେବା ଉପରେ ଗବେଷକମାନଙ୍କର କୌଣସି ଧାରଣା ନଥିଲା । ତେଣୁ, ପରୀକ୍ଷାମୂଳକ ଭାବେ ସେମାନେ ଉକ୍ତ ମାଟିରେ ମଞ୍ଜି ଲଗାଇଥିଲେ । ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଖାଦ୍ୟ ଓ କୃଷିବିଜ୍ଞାନ ପ୍ରତିଷ୍ଠାନର ରବର୍ଟ ଫେର୍ଲ କହିଛନ୍ତି ଏହା ଏକ ଆଚମ୍ବିତ କଥା । ଚନ୍ଦ୍ରପୃଷ୍ଠର ମୃତ୍ତିକାରେ ବି ଗଛ ଉଠୁଛି? ଉଲ୍ଲେଖଯୋଗ୍ୟ, ଫେର୍ଲ ଏବଂ ତାଙ୍କର ସହଯୋଗୀମାନେ ଆପୋଲୋ ୧୧ରେ ଚନ୍ଦ୍ରକୁ ଯାଇ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌, ବଜ୍‌ ଆଲଡ୍ରିନ୍‌ ଏବଂ ଅନ୍ୟମାନେ ସଂଗ୍ରହ କରିଥିବା ମୃତ୍ତିକାରେ ମୂଷାକାନିଦ ମଞ୍ଜି ଲଗାଇଥିଲେ । ଆଉ ଖୁସିର କଥା ପ୍ରଥମ ସପ୍ତାହ ପରେ ଦେଖା ଗଲା ଯେ, ଫୁଲ ଫୁଟୁଥିବା ଛୋଟ ଗଛ ମୂଷାକାନିଦ ଚନ୍ଦ୍ରପୃଷ୍ଠ ମାଟିରେ ଭଲ ଉଧାଉ ନାହିଁ । ମହାକାଶଚାରୀମାନେ ଚନ୍ଦ୍ରରୁ ମାତ୍ର ୩୮୨ କିଲୋ ମାଟି ସଂଗ୍ରହ କରି ଆଣିଥିଲେ । ଏହି ପରୀକ୍ଷାର ଫଳାଫଳ ଗୁରୁବାର ଦିନ କମ୍ୟୁନିକେସନ୍ସ୍‌ ବାୟୋଲୋଜିରେ ପ୍ରକାଶ ପାଇଛି । ୱିସ୍କୋନ୍ସିନ୍‌-ମାଡିସନ୍‌ ବିଶ୍ୱବିଦ୍ୟାଳୟର ମହାକାଶ ଉଦ୍ଭିଦ ବିଜ୍ଞାନୀ ସାଇମନ୍‌ ଜିଲ୍ରୟ କହିଛନ୍ତି, ନ ଉଧାଉ ପଛେ, ଗଛ ଉଠୁଛି । ତାହାହିଁ ବଡ଼ କଥା ।

Govt

Comments are closed.