ଜୀବବିଜ୍ଞାନୀ ତଥା ଆଇଏଲଏସ୍‌ ନିର୍ଦ୍ଦେଶକ ଡକଫର ଅଜୟ କୁମାର ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର: ଜୁଲାଇ ୧୯: ଜୀବବିଜ୍ଞାନୀ ତଥା ଆଇଏଲଏସ୍‌ ନିର୍ଦ୍ଦେଶକ ଡ.ଅଜୟ କୁମାର ପରିଡ଼ାଙ୍କର ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ସରକାରଙ୍କ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଗୌହାଟୀ ଯାଇଥିଲେ । ସେଠାରେ ରାତିରେ ଶୋଇଥିବା ସମୟରେ ତାଙ୍କର ହୃତଘାତ ହୋଇଥିଲା ଏବଂ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଏ ସଂପର୍କରେ ଖବର ପାଇ ତାଙ୍କ ପରିବାର ଲୋକେ ଗୌହାଟୀ ଯାଇଛନ୍ତି । ପରିବାର ଲୋକ ପହଞ୍ଚିବା ପରେ ମରଶରୀରର ପୋଷ୍ଟମଟର୍ମ ହେବ ବୋଲି ଜଣାଯାଇଛି ।

ଡ.ଅଜୟ ପରିଡ଼ା ଦେଶର ଜଣେ ଜଣାଶୁଣା ଜୀବବିଜ୍ଞାନୀ ଥିଲେ । ୨୦୧୪ ମସିହାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକେଶଳ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିଥିବାରୁ ତାଙ୍କୁ ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ଯାଜପୁର ଜିଲ୍ଲାର ଭଗବାନପୁରରେ ସେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୯ରୁ ୨୦୧୭ ଯାଏ ଏମଏସ ସ୍ୱାମୀନାଥନ୍‌ ଇନଷ୍ଟିଟ୍ୟୁଟର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ଜୀବବିଜ୍ଞାନୀ ଭାବେ ଡକଫର ଅଜୟ ପରିଡ଼ାଙ୍କର କୃଷି, ଉଦ୍ଭିଦ ମଲିକୁଲାର ବାୟୋଲୋଜି ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଯଥେଷ୍ଟ ସୁନାମ ଥିଲା ।

Govt

Comments are closed.