ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ୍‌

ଭୁବନେଶ୍ୱର: ଜୁନ ୧୭: ଆଜିଠୁ ଖୋଲୁଛି ରାଜ୍ୟର ସବୁ ସ୍କୁଲ୍‌ । ୧୧ ଦିନିଆ ଖରା ଛୁଟି ପରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢା ଆରମ୍ଭ ହେବାକୁଯାଉଛି । ଏଥର ଦିନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବ ଭଳି ସକାଳ ୧୦ଟାରୁ କ୍ଲାସ୍‌ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ହେବ । ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଓ ଅପରାହ୍ନ ୪.୩୦ ଯାଏ କ୍ୟାମ୍ପସରେ ରହିବେ । ସ୍ୱାଭାବିକ ଭାବେ କ୍ଲାସ୍‌ ଚାଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି । ଶତ ପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ ।

Govt

Comments are closed.