ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି
୧୨ ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି, ୫ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ସେପ୍ଟେମ୍ବର ୧୩: ତିନି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ରାସ୍ତାଘାଟ ଓ ଘରମାନଙ୍କରେ ପାଣି ପଶି ଆଣ୍ଠୁଏ ହେଲାଣି । ଏହି ପରିସ୍ଥିତିକୁ ଦେଖି ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ ଜିଲ୍ଲାମାନଙ୍କରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି-ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ସୋନପୁର ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାର ଗଭୀତ ଅବପାତର ରୂପ ନେଇଛି । ଏଣୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ପଶ୍ଚିମ ଦିଗ, ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ, ରାଜ୍ୟର ୫ ଜିଲ୍ଲା ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ବୌଦ୍ଧ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ବଲାଙ୍ଗିର ।
ଲଘୁଚାପ ଯୋଗୁଁ ରାଜ୍ୟରେ ହେଉଥିବା ବର୍ଷାର ପରିମାଣ ଆଜି ରେକର୍ଡ କରାଯାଇଛି । ପୁରୀରୁ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଥିଲା ବେଳେ ଭୁବନେଶ୍ୱରରୁ ୧୯୫ ମିମି, ବାଲେଶ୍ୱରରୁ ୨୪ ମିମି, ଗୋପାଳପୁରରୁ ୬୪ ମିମି, ଚାନ୍ଦବାଲିରୁ ୪୬ ମିମି ଓ ପାରାଦ୍ୱୀପରୁ ୨୧୯ ମିମି ବର୍ଷା ରେକର୍ଡ ସଂଗ୍ରହ କରାଯାଇଛି ।
#Rainfall recorded betwenn 0830 Hrs IST of 12-09-21 to 0830 Hrs IST of 13-09-21#Monsoon2021 pic.twitter.com/ZLWH26eAa5
— Meteorological Centre, Bhubaneswar (@mcbbsr) September 13, 2021

Comments are closed.