ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା

0

ଦିଲ୍ଲୀ: ସେପ୍‌ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଫାୟାରର୍‌ ଟିମର ୫ଟି ଉଦ୍ଧାରକାରୀ ଗାଡ଼ି ସେଠାରେ ପହଞ୍ଚିଛି । ସ୍ଥାନୀୟ ଉଦ୍ଧାରକାରୀ ଦଳ ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ଭୁଶୁଡ଼ି ପଡ଼ିଥିବା ୫ ମହଲା କୋଠା ମଲକାଙ୍ଗଜ ସ୍ଥିତ ଦିଲ୍ଲୀ ରବୀନ୍‌ ସିନେମା ହଲ୍‌ ସମ୍ନାରେ ରହିଛି । ସେହି କୋଠାରେ ବହୁ ଲୋକ ପରିବାର ସହିତ ରହିଆସୁଥିଲେ । ଏଣୁ କୋଠା ତଳେ ବହୁ ଲୋକଙ୍କ ସମେତ ମହିଳା ଓ ଶିଶୁ ଫସିଥିବା ଅନୁମାନ କରାଯାଛି । ଅନ୍ୟପକ୍ଷରେ କୋଠା ତଳେ କିଛି ଗାଡ଼ି ମଧ୍ୟ ଦବିଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଘଟଣା ଉପରେ ନଜର ରଖିଥିବା ଖବର ମିଳିଛି ।
ସୂଚନା ଥାଉଯେ, ପ୍ରବଳ ବର୍ଷା କାରଣରୁ ଗତ ରବିବାର ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ପୁରୁଣା କୋଠା ଘୁଶୁଡି ପଡ଼ିଥିଲା । ତେବେ ଏଥିରେ କାହାର ମୃତୁ୍ୟ ହୋଇନାହିଁ । ଏନ୍‌ଡିଏମ୍‌ସି ପକ୍ଷରୁ ସେହି ପୁରୁଣା କୋଠାକୁ ବିପଦଜନକ ବୋଲି ଆଗରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.