ଭୁବନେଶ୍ୱର : ରାଜ୍ୟରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦ । ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ । ୨୦୨୪-୨୫ ଶିକ୍ଷାବର୍ଷରୁ NEP ଲାଗୁ କରିବାକୁ ବିଜ୍ଞପ୍ତି । ରାଜ୍ୟର ଶିକ୍ଷାବ୍ୟବସ୍ଥକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଗଲା । ଖୁବ୍ ଶୀଘ୍ର ଏନେଇ ଆସିବ ଗାଇଡଲାଇନ ।
ନୂଆ ଶିକ୍ଷା ନୀତିରେ, ୩ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି । ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା । ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ । ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି। ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେବ।
ସ୍କୁଲ ଶିକ୍ଷାରେ ଫାଉଣ୍ଡେସନ ଷ୍ଟେଜକୁ ଦି ଭାଗ କରାଯାଇଛି । ପ୍ରଥମରେ ୩ ବର୍ଷ ପର୍ଯ୍ୟନ୍ତ ଅଙ୍ଗବାଡି/ପ୍ରିସ୍କୁଲ ଏବଂ ଦ୍ବିତୀୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ । ପ୍ରିପାରେଟୋରୀ ଷ୍ଟେଜରେ ୮ରୁ ୧୧ ବର୍ଷ ବୟସ ମଧ୍ୟରେ ତୃତୀୟରୁ ପଞ୍ଚମ ଶ୍ରେଣୀ । ମିଡଲ ସ୍କୁଲ ଷ୍ଟେଜରେ ୧୧ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପଞ୍ଚମରୁ ଅଷ୍ଟମ ଶ୍ରେଣୀ । ସେକେଣ୍ଡାରୀ ଷ୍ଟେଜରେ ରହିଛି ୧୪ ବର୍ଷରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ। ସେକେଣ୍ଡାରୀ ଷ୍ଟେଜକୁ ଦି ଭାଗ କରାଯାଛି । ନବମ ଓ ଦଶମ ଓ ଏକାଦଶ ଓ ଦ୍ବାଦଶ, ଏପରି ଦି ଭାଗ କରାଯାଇଛି।

Comments are closed.