ଆରେଞ୍ଜ ମ୍ୟାରେଜ୍‌ ନକରିବା ପାଇଁ ଲଗାଇଲେ ହୋଡିଂ

ଲଣ୍ଡନ: ଆଜିକାଲିର ଯୁବପିଢ଼ି ଲଭ୍‌ ମ୍ୟାରେଜ୍‌ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ନିଜ ଜୀବନ ସାଥୀ ବିଷୟରେ ଜାଣିବା ଏବଂ ତାଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣି ବିବାହ କଲେ ସମ୍ପର୍କ ମଜଭୁତ ହୋଇଥାଏ । ଏଣୁ ଲଭ୍‌ ମ୍ୟାରେଜର ପ୍ରଥା ଏବେ ବେଶୀ ଚାଲୁଛି । ଏହାର ଗୁରୁତ୍ୱକୁ ବୁଝି ଲଣ୍ଡନର ଜଣେ ୨୯ ବର୍ଷୀୟ ଯୁବକ ଆରେଞ୍ଜ ମ୍ୟାରେଜ ନକରିବା ପାଇଁ ଏକ ନିଆରା ଉପାୟ କରିଛନ୍ତି ।
ଆରେଞ୍ଜ ମ୍ୟାରେଜ୍‌ ନକରିବା ପାଇଁ ଲଗାଇଲେ ହୋଡିଂ

ସେ ଲଣ୍ଡନର କେତେକ ସ୍ଥାନରେ ଏନେଇ ବଡ଼ ବଡ଼ ହୋଡିଂ ଲଗାଇଛନ୍ତି । ହୋଡିଂର କ୍ୟାପ୍‌ସନରେ ରହିଛି ‘ସେଭ୍‌ ମି ଫ୍ରମ୍‌ ଆରେଞ୍ଜ ମ୍ୟାରେଜ୍‌’ ।

ଯୁବକ ଜଣଙ୍କ ହେଉଛନ୍ତି ପାକିସ୍ତାନ ନିବାସୀ ମହମଦ୍‌ ମଲିକ । ୟୁନାଟେଡ୍‌ କିଙ୍ଗଡମ୍‌ ସ୍ଥିତ ବର୍ମିଂହାମ ସହରର ବିଭିନ୍ନ ସ୍ଥାନରେ ସେ ବିବାହ ପାଇଁ ହୋଡିଂ ଲଗାଇଛନ୍ତି । ସେଥିରେ ସେ ନିଜର ଏକ ଫଟୋ ସହିତ ଏକ େୱବସାଇଟ୍‌ର ଆଡ୍ରେସ୍‌ ମଧ୍ୟ ଦେଇଛନ୍ତି । ଯେଉଁ ଯୁବତୀମାନେ ତାଙ୍କୁ ବିବାହ କରିବାକୁ ଚାହୁଁଥିବେ , ସେହି େୱବସାଇଟ୍‌ର ଆଡ୍ରେସ୍‌ ଜରିଆରେ ତାଙ୍କୁ ସମ୍ପର୍କ କରିପାରିବେ ।

ଆରେଞ୍ଜ ମ୍ୟାରେଜ୍‌ ନକରିବା ପାଇଁ ଲଗାଇଲେ ହୋଡିଂ
ମହମଦ୍‌ ମଲିକ

ମହମଦ୍‌ ମଲିକ ଏବେ ଲଣ୍ଡନରେ ରହୁଛନ୍ତି । ବର୍ମିଂହାମରେ ତାଙ୍କର ନିଜର ଏକ ବଡ଼ ଘର ମଧ୍ୟ ରହିଛି । ସେଠାରେ ତାଙ୍କର ବଡ଼ ପଞ୍ଜାବୀ ଫ୍ୟାମିଲି ରହିଛି । ମହମଦ୍‌ ମଲିକ ଜଣେ ମୁସ୍‌ଲିମ ଯୁବତୀ ଖୋଜୁଛନ୍ତି, ଯିଏ ନିଜ ଧର୍ମକୁ ପାଳିବା ସହିତ ତାଙ୍କ ପଞ୍ଜାବୀ ପରିବାର ସହିତ ମିଳିମିଶି ଚଳିବ । ଏନେଇ ସେ େୱବ୍‌ସାଇଟରେ ବର୍ଣ୍ଣନା କରିଛନ୍ତି । ହୋଡିଂ ଲଗିବା ପରେ ବହୁ ଯୁବତୀଙ୍କ ମେସେଜ୍‌ ଆସିଛି ବୋଲି ମହମଦ୍‌ ମଲିକ ଖୁସରେ କହିଛନ୍ତି ।

Govt

Comments are closed.