ସାଉଦି ଆରବର ରାଜଧାନୀ ରିୟାଦରେ କିଛି ଏପରି ଇଭେଣ୍ଟ୍ ଆୟୋଜିତ ହେବାକୁ ଯାଉଛି, ଯାହା ଉପରେ ନା କେବଳ ଦେଶର ନାଗରିକ ବରଂ ପୂରା ଦୁନିଆର ଲୋକ ଆକର୍ଷିତ ହେବେ । ଏହି ଅବସରରେ ରିୟାଦରେ ଲୋକଙ୍କୁ ସ୍କ୍ୱିଡ୍ ଗେମ୍ର ଅନୁଭବ ମଧ୍ୟ ପ୍ରଦାନ କରାଯିବ । ଏପରି ଖେଳ ଆୟୋଜନ କରିବାରେ ସାଉଦି ଅରବ ବିଶ୍ୱର ପ୍ରଥମ ଦେଶ ପାଲଟିଛି । ନେଟଫ୍ଲିକ୍ସର ଲୋକପ୍ରିୟ େୱବ୍ସିରିଜ୍ ସ୍କ୍ୱିଡ୍ ଗେମ୍ ଉପରେ ଆଧାରିତ ଏହି ଗେମ୍ ରିୟଲ ଲାଇଫ୍ ଅନୁଭବ ଦେବାକୁ ଯାଉଛି ।

ଏଥିପାଇଁ ୯,୫୮୨ ବର୍ଗ ମିଟରର ଅଞ୍ଚଳକୁ ପ୍ରସ୍ତୁତ କରାଯାଇଛି । ଜେନେରାଲ ଅର୍ଥରିଟି ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବ । ଏଥିରେ ପ୍ରସିଦ୍ଧ କୋରିଆନ ସିରିଜ୍ ସ୍କ୍ୱିଡ୍ ଗେମ୍ ପରି ୬ଟି ଅଲଗା ଅଲଗା ଖେଳରେ ଖେଳାଳି ଭାଗ ନେବେ । ଏହି ଆୟୋଜନ ରିୟାଦର ବୁଲେୱାର୍ଡ ରିୟାଦ ସିଟିରେ ହେବ । ତେବେ ଏହି ଖେଳ ପାଇଁ ବିଭିନ୍ନ ଜୋନକୁ ମାତ୍ର ୩୫ଦିନରେ ପ୍ରସ୍ତୁତ କରାଯାଇଛି ।

କେବଳ ସେତିକି ନୁହେଁ ତିନି ମିଟର ଲମ୍ବର ଏକ କେ„ଇର ନିର୍ମାଣ ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ ୭୦ ଜଣ ଖେଳାଳି ଏଥିରେ ଭାଗ ନେବେ ଏବଂ ଏହାକୁ ଦେଖିବା ପାଇଁ ଶତାଧିକ ଟିକେଟ ମଧ୍ୟ ବିକ୍ରି ହୋଇସାରିଛି । ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ଖେଳକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Comments are closed.