ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର: ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆଜିଠାରୁ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଛି । ଆଜି ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ । ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି। ସେଥିପାଇଁ ବିଜେପି ପକ୍ଷରୁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଆୟୋଜିତ ସତ୍ୟାଗ୍ରହରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ ଯେ ମମିତା ମେହେର ହତ୍ୟା ମାମଲା ଗୋବିନ୍ଦ ସାହୁ ଅପମୃତ୍ୟୁ,ଏବଂ ମାହାଙ୍ଗା ଡବଲ ମର୍ଡର ଘଟଣା ରେ ସମ୍ପୃକ୍ତି ଥିବା ମନ୍ତ୍ରୀ ମାନଙ୍କୁ ଏଯାଏଁ ଘଣ୍ଟ ଘୋଡାଇ ରଖିଛନ୍ତି ରାଜ୍ୟ ସରକାର । ଏହା ସହ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପାଇଁ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ର ମଧ୍ୟ ସମ୍ପୃକ୍ତି ରହିଛି । ସେହିଭଳି ନୟାଗଡ଼ର ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କ ସମ୍ପୃକ୍ତି ଘଟଣାରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକଲୋଚନକୁ ଆସିପାରିଲା ନାହିଁ। ଏହି ସବୁ ମହା ଦୁର୍ନୀତି ଗୁଡିକୁ ଲୋକଲୋଚନ କୁ ଆଣିବା ତଥା ରାଜ୍ୟରେ ନଵୀଙ୍କ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ପକ୍ଷରୁ ସାରା ରାଜ୍ୟରେ ସତ୍ୟାଗ୍ରହ କରାଯାଉଛି I

ବିଜେପିର ସମସ୍ତ କର୍ମକର୍ତାଙ୍କ ସମେତ ସାଧାରଣ ନାଗରିକଙ୍କୁ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସମ୍ବଲପୁର ଗୋଲବଜାର ଛକରେ ସତ୍ୟାଗ୍ରହ କରିଛି ବିଜେପି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ରେଙ୍ଗାଳି ବିଧାୟକ ନାଉରୀ ନାୟକଙ୍କ ଭଳି ପ୍ରମୁଖ ନେତାଙ୍କ ନେତୃତ୍ୱରେ ଜାରି ରହିଛି ସତ୍ୟାଗ୍ରହ । ସେହିପରି ବାଲେଶ୍ୱରରେ ମଧ୍ୟ ବିଜେପି ପକ୍ଷରୁ ସତ୍ୟାଗ୍ରହ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.