ଆଉ ବଜାରକୁ ଆସିବନି ସାମସଙ୍ଗ ଫିଚର୍‌ ଫୋନ୍‌

ନୂଆଦିଲ୍ଲୀ: ମଇ ୨୫: ଆଉ ବଜାରରେ ମିଳିବନି ସାମସଙ୍ଗ ଫିଚର ଫୋନ । ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି । ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର ଫୋନର ଶେଷ ବ୍ୟାଚ୍‌ ଉତ୍ପାଦନ ହେବ ଓ ବଜାରରେ ଷ୍ଟକ ଥିବା ପର୍ଯ୍ୟନ୍ତ ଏଗୁଡ଼ିକ ଉପଲବ୍ଧ ହେବ । କିଛି ବର୍ଷ ପୂର୍ବେ ଭାରତୀୟ ସ୍ମାର୍ଟଫୋନ ବଜାରରେ ସାମସଙ୍ଗ ନଂ୧ ଥିବାବେଳେ ଏବେ ସ୍ଥିତି ବଦଳି ଯାଇଛି । ଏବେ ବଜାରରେ ଚୀନ କମ୍ପାନିମାନଙ୍କ ଆଧିପତ୍ୟ ରହିଛି । ଏଣୁ ନିଜର ପୂର୍ବ ବଜାର ଫେରିପାଇବାକୁ ସାମସଙ୍ଗ କେବଳ ସ୍ମାର୍ଟଫୋନ ଉପରେ ଫୋକସ୍‌ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପିଏଲଆଇ ସ୍କିମ୍‌ ରେ ସାମସଙ୍ଗ ଅନ୍ତର୍ଭୁକ୍ତ ରହିଛି । ଏହି ସ୍କିମ ଅନୁସାରେ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ପାଇଁ ସରକାରୀ ଟିକସ ରିହାତି ଓ ଅନ୍ୟ ସୁବିଧା ମିଳିପାରିବ । ଏହାକୁ ଦୃଷ୍ଟିରେ ରଖି ସାମସଙ୍ଗ ଉପରୋକ୍ତ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହି ନିଷ୍ପତ୍ତି ସମ୍ପର୍କରେ ସାମସଙ୍ଗ ନିଜର ଚ୍ୟାନେଲ ପାର୍ଟନରମାନଙ୍କୁ ମଧ୍ୟ ଜଣାଇଦେଇଛି ।

Govt

Comments are closed.