କୁଟୁରା ମୃତୁ୍ୟ ଘଟଣା,ସତ ଲୁଚାଉଛି ବନ ବିଭାଗ

ବିପଦରେ ବନ୍ୟପ୍ରାଣୀ

ଜମନକିରା, ସେପ୍‌ଟେମ୍ବର ୨୮ : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ଭୁତେଲ ସେକ୍ସନରେ ଗତ ୨୬ ତାରିଖରେ ଜବତ ହୋଇଥିବା କୁଟୁରାକୁ ନିର୍ଜଳୀୟନ ଯୋଗୁଁ ମୃତୁ୍ୟ ହୋଇଥିବା ଦର୍ଶାଇ ଶବ ବ୍ୟବଛେଦ ପରେ ତରବରିଆ ଭାବେ ବନ ବିଭାଗ ପକ୍ଷରୁ ପୋତି ଦେଇଥିବା ଜଣା ଯାଇଛି । ପ୍ରକୃତରେ ଶିକାରୀର ବନ୍ଧୁକ ଗୁଳିରେ କୁଟୁରାର ମୃତୁ୍ୟ ହୋଇଥିବା ନେଇ ଆଜି ସ୍ପଷ୍ଟ ହୋଇଛି । ଶିକାରୀ ନିଜେ ସ୍ୱୀକାର କରିଛି କୁୁଟୁରାକୁ ଶିକାର ଉଦ୍ଦେଶ୍ୟରେ ଗୁଳି କରିଛି । ଏନେଇ ବଡ଼ରମା ରେଞ୍ଜ ପକ୍ଷରୁ କେସ ନଂ.୭୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଟନସରା ଗାଁର ପିଟର ସୋରେଙ୍ଗ (୬୩)କୁ ଗିରଫ କରି କୁଚିଣ୍ଡା କୋର୍ଟକୁ ଚାଲାଣ କରାଯାଇଛି । ତେବେ ବଡ଼ରମା ରେଞ୍ଜରେ ଏଭଳି ବହୁ ଘଟଣା ଘଟୁଥିବା ବେଳେ ବନ ବିଭାଗ ପକ୍ଷରେ ଠୋସ ପଦକ୍ଷେପ ନିଆଯାଉନଥିବାରୁ ବହୁ ବନ୍ୟପ୍ରାଣୀଙ୍କ ଜୀବନ ନଷ୍ଟ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ବନ ବିଭାଗର ସୂଚନା ଅନୁଯାଇ ଗତ ୨୬ ତାରିଖ ବଡ଼ରମା ରେଞ୍ଜ ଭୁତେଲ ସେକ୍ସନ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ପଥୁରିଆ ଜଙ୍ଗଲ ମଧ୍ୟରେ ଏକ କୁଟୁରା ମୃତ ପଡ଼ିଥିବା ଜଣା ପଡ଼ିଥିଲା । ବନ ବିଭାଗ ପକ୍ଷରୁ କୁଟୁରାକୁ ଜବତ କରିବା ପରେ ବଡ଼ରମା ରେଞ୍ଜକୁ ଆଣିଥିଲେ । ପରେ ଜମନକିରା ପ୍ରାଣୀଧନ ଚିକିତ୍ସକ ଡା.ଶିଶିର କୁମାର ଲେଙ୍କା ପହଞ୍ଛି ଶବ ବ୍ୟବଛେଦ କରିଥିଲେ । ପ୍ରାଥମିକ ତଦନ୍ତ ପରେ ନିର୍ଜଳୟନ ଯୋଗୁଁ କୁଟୁରା ମୃତୁ୍ୟ ହୋଇଥିବା ନେଇ ବ୍ୟବଛେଦ ପରେ ପ୍ରାଣୀଧନ ଚିକିତ୍ସକଙ୍କ ପକ୍ଷରୁ କୁହାଯାଇଛି । ଏଥିସହ କୁଟୁରାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଛି, ରିପୋର୍ଟ ପାଇଲା ପରେ ସଠିକ ତଥ୍ୟ ମୃତୁ୍ୟର ଜଣାପଡ଼ିବ ବୋଲି କୁହାଯାଇଛି । ତେବେ ଆର୍ଶ୍ଚୟର ବିଷୟ ଯେଉଁଠି କୁଟୁରାର ଶରୀରରେ ସ୍ପଷ୍ଟ ଭାବେ ଗୁଳି ବିଦ୍ଧ ହୋଇଥିବା ନେଇ ଜଣାପଡ଼ୁଛି, ସେଇଠି ନିର୍ଜଳ ଯୋଗୁଁ ମୁର୍ତ୍ୟ ହୋଇଥିବା ସାଧାରଣରେ ବନ ବିଭାଗର କାର୍ଯ୍ୟ ପ୍ରତି ସନ୍ଧେହ ସୃଷ୍ଟି କରୁଛି । ଅଧିକ ତଦନ୍ତ କରାଗଲେ ସଠିକ ତଥ୍ୟର ପର୍ଦଫାଶ ହେବ ବୋଲି ଦାବି ହେଉଛି । ଯଦି ନିର୍ଜଳ ଯୋଗୁଁ କୁଟୁରା ର ମୃତୁ୍ୟ ହୋଇଛି, ତାହେଲେ ଅଭିଯୁକ୍ତ ପିଟର ସ୍ୱିକାର ପରେ କିପରି ରିପୋର୍ଟ ବଦଳି ଯାଉଛି ବୋଲି ପ୍ରଶ¬ ଉଠୁଛି।

Launching Ceremony of “AYUSHMAN BHARAT

Comments are closed.