ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!

ବିଶ୍ୱର ସବୁଠାରୁ ବୃହତ୍ତମ ମରୁଭୂମି ମାଟିରେ ଏବେ ବରଫର ଚାଦର ଦେଖିବାକୁ ମିଳୁଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି । ଏହି ମରୁଭୂମି ୧୧ ଗୋଟି ଦେଶରେ ବିସ୍ତାରିତ । ସେହି ଦେଶଗୁଡ଼ିକ ହେଲା-ଆଲଜୋରିଆ, ଚାଡ଼, ମିଶର, ଲିବିଆ, ମାଲି, ମାଉରିଟାନୀଆ, ମୋରକ୍‌କୋ, ନାଇଜର, ପଶ୍ଚିମ ସାହାରା, ସୁଦାନ ଏବଂ ଟୁ୍ୟନିସିଆ ।
ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!

ଉତପ୍ତ ମରୁଭୂମି କାରଣରୁ ସେହି ସବୁ ଅଞ୍ଚଳମାନଙ୍କରେ ଜଳର ଘୋର ଅଭାବ ଦେଖାଯାଏ । ତେବେ ଏହି ପରି ଶୁଷ୍କ ସ୍ଥାନରେ ବରଫ ପଡ଼ିବା, ଏକ ଆଶ୍ଚର୍ଯ୍ୟର କଥା ।
ଏକ ରିପୋର୍ଟ ଅନୁସାରେ, ସେଠାକାର ତାପମାତ୍ରା ଜିରୋ ଡିଗ୍ରୀ ସେଲ୍‌ସିଅସ୍‌ରୁ କମ୍‌ ରହିଛି । ଏହି କାରଣରୁ ସେଠାରେ ବରଫ ପଡ଼ୁଛି । ପରିବର୍ତ୍ତିତ ଜଳବାୟୁ ଏବଂ ବାୟୁମଣ୍ଡଳ ସ୍ତରର କ୍ଷତି ଯୋଗୁଁ ଏହିସବୁ ଘଟଣା ଦେଖାଯାଉଛି ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।
ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!

ଏହି ସଙ୍କେତ ଗ୍ଲୋବାଲ ୱାର୍ଣ୍ଣିଂର ବୋଲି ସେମାନେ କହିଛନ୍ତି । ଜର୍ଣ୍ଣାଲ ସାଇନ୍‌ସ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗ୍ଲୋବାଲ ୱାର୍ଣ୍ଣିଂ ଯୋଗୁଁ କେବଳ ସାହାରାରେ ବରଫ ପଡ଼ୁନାହିଁ ବରଂ ମରୁଭୂମି ଧୀରେ ଧୀରେ ବିସ୍ତାର କରୁଛି । ଏକ ଶତାବ୍ଦୀ ଭିତରେ ସାହାରା ମରୁଭୂମିର କ୍ଷେତ୍ରଫଳ ୧୦ ପ୍ରତିଶତ ବଢ଼ିଛି ବୋଲି ଗବେଷକ ପ୍ରମାଣ କରିଛନ୍ତି ।
ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!

ଯଦି ଏହାର କ୍ଷେତ୍ରଫଳ ଆଗାମୀ ଦିନରେ ବୃଦ୍ଧି ପାଏ, ତେବେ ବହୁ ଦେଶରେ ଜଳର ଘୋର ଅଭାବ ସହିତ ଅକାଳ ପଡ଼ିବ । ଜଳ ଅଭାବ ଯୋଗୁଁ ବହୁ ଜୀବ ଓ ଉଦ୍ଭିଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବ ।

ସାହାରା ମରୁଭୂମିରେ ବରଫ ପଡ଼ିବା ଘଟଣା ନୂଆ ନୁହେଁ । ଗତ ବର୍ଷ ମଧ୍ୟ ସାହାରା ମରୁଭୂମି ମାଟିରେ ବରଫ ପଡ଼ିଥିବା ଦେଖିବାକୁ ମିଳିଥିଲା । ବିଶ୍ୱ ପାଣିପାଗର ରିପୋର୍ଟ ଅନୁସାରେ, ୪୨ ବର୍ଷ ମଧ୍ୟରେ ସାହାରା ମରୁଭୂମିରେ ୫ଥର ବରଫ ପଡ଼ିସାରିଛି । ଏହିପରିକି ମରୁଭୂମିରେ ଶୀତଳ ପବନ ପ୍ରବାହିତ ହେଉଛି ।
ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!

ୱାଲïର୍ ଇକ୍‌ନୋମିକ୍‌ ଫୋରମ ରିପୋର୍ଟ ଅନୁସାରେ, ଗ୍ରୀନ୍‌ ହାଉସ୍‌ ଗ୍ୟାସର ବୃଦ୍ଧିକୁ କମ୍‌ କରିବା ନିହାତି ଜରୁରୀ । ଏହି ମରୁଭୂମିରେ ପୂର୍ବରୁ ସର୍ବାଧିକ ୫୮ ଡିଗ୍ରୀ ସେଲସିଅସ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଅନ୍ୟପକ୍ଷରେ, ସାହାରା ମରୁମଭୂମିର ନାଲି ବାଲି ଉପରେ ଧଳା ରଙ୍ଗ ବରଫର ଚାଦର ଦେଖିବା ପାଇଁ ବିଭିନ୍ନ ଦେଶରୁ ପର୍ଯ୍ୟଟକଙ୍କ ଆଗମନ ହେଉଛି ।

ବିପଦର ସଙ୍କେତ : ବିଶ୍ୱର ବୃହତ୍ତମ ସାହାରା ମରୁଭୂମିରେ ବରଫ!
ରାତ୍ରି ସମୟରେ ଏହାର ତାପମାତ୍ରା -୨ଂ ସେଲ୍‌ସିଅସ୍‌ ତଳକୁ ରହୁଛି । ପୂର୍ବରୁ ୧୯୭୯, ୨୦୧୬, ୨୦୧୮ ଏବଂ ୨୦୨୧ରେ ଏହି ମରୁଭୂମିରେ ବରଫ ପଡ଼ିସାରିଛି ।

Launching Ceremony of “AYUSHMAN BHARAT

Comments are closed.