ପର ଦୁଃଖରେ ଦୁଖୀ ମଧୁସୂଦନ,୭୦ ବର୍ଷ ବୟସରେ ମଧ୍ୟ କରୁଛନ୍ତି ଅସହାୟଙ୍କ ସେବା

‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଉକ୍ତି କୁ କିଂଚିତ ମାତ୍ରାରେ ଯଥାର୍ଥ ପ୍ରମାଣିତ କରି ଦେଖାଇଛନ୍ତି ଗଂଜାମ ଅଂଚଳ ରେ ଜଣେ ବୃଦ୍ଧ I ଭଲରେ ଆଖିକୁ ଦେଖା ଯାଉନି କି ଶୁଣା ବି ଯାଉନି I ୭୦ ବର୍ଷ ର ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ପରଦୁଃଖରେ ଦୁଖୀ ହୋଇ ସାହାଯ୍ୟ ର ହାତ ବଢାଇବାକୁ ଧାଇଁ ଆସିଛନ୍ତି I ନିଜର ଲୁନା ଖଣ୍ଡେ କୁ ନେଇ ଗଞ୍ଜାମ ରୁ ଆସି ପହଂଚିଛନ୍ତି ଭଦ୍ରକ ରେ I

ଘଟଣIନୁସାରେ ଭଦ୍ରକ ବଣିଆ ଗାଁ ର ଟିବି ରୋଗ ରେ ଆକ୍ରାନ୍ତ ହୋଇ ପ୍ରଥମେ ମା’ଚାଲିଗଲେ I ମାଆ ଙ୍କ ଦଶାହ ଦିନ ତୁଠ କର୍ମ ଚାଲୁଥିବା ସମୟରେ ଏପଟେ ଘରେ ଥିବା କିଡ଼ନୀ ରୋଗଗ୍ରସ୍ତ ବାପା ମଧ୍ୟ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଥିଲେ I ପଛରେ ରହିଯାଇଥିଲେ ଦୁଇ ଅନାଥ ଶିଶୁ I ପାଞ୍ଚ ବର୍ଷର ଝିଅ ପ୍ରଭାତୀ, ଓ ଦୁଇ ବର୍ଷ ର ପୁଅ ପ୍ରେମ୍‌ I ଦୁନିଆ କଣ ବୁଝିବା ଆଗରୁ ଅନାଥ ହୋଇ ଗଲେ ଦୁଇ ଶିଶୁ ।ଏଭଳି ବିପତ୍ତି ସମୟରେ ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର । ନିଜ ଲୁନାରେ ଗଂଜାମରୁ ୩୫୦ କିଲୋମିଟର ରାସ୍ତା ଅତିକ୍ରମ କରି ପହଁଚିଛନ୍ତି ଭଦ୍ରକ ବଣିଆ ଗାଁରେ । ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

ମଧୁସୂଦନ ଖବର କାଗଜରେ ଯାହାର ଦୁଃଖ ଦେଖନ୍ତି, ସାହାଯ୍ୟ କରିବାକୁ ଲୁନା ଧରି ପହଁଚିଯାଆନ୍ତି ତା’ପାଖରେ । ପେନସନ୍ ଟଙ୍କାରେ ଯେତିକି ପାରନ୍ତି ସହାୟତା କରନ୍ତି । ଜୁଲାଇ ୨୦୨୧ ଜଗତସିଂହପୁରର ଜନପାଳ ଗାଁ ଗାଁର ଗନ୍ଧର୍ବ ଜେନାଙ୍କ ଦେହାନ୍ତ ପରେ ଅନାଥ ହୋଇଯାଇଥିଲେ । ତିନି ଝିଅ ଅଭାବ ଅନଟନରେ ଚଳୁଥିବା ପରିବାର ପ୍ରତି ସେତେବେଳେ ସହାୟତାର ହାତ ବଢାଇଥିଲେ ମଧୁସୂଦନ ।

ସୂଚନାନୁସାରେ କ୍ଷୁଦ୍ର ଜଳସେଚନ ବିଭାଗ ବ୍ରହ୍ମପୁର ଡିଭିଜନରେ ଅମିନ ଭାବେ ୨୫ ବର୍ଷ ଚାକିରି କରିଥିଲେ ମଧୁସୂଦନ । ୧୯୯୬ରେ ଅବସର ପରେ ପାରିବାରିକ କଳହ କାରଣରୁ ଘର ଛାଡି ସନ୍ୟାସୀ ଜୀବନ ଜିଉଁ ଥିବା ମଧୁସୂଦନ ଅସହାୟ ଲୋକଙ୍କ ସେବା କରିବାକୁ ଜୀବନ ର ବ୍ରତ ବୋଲି ଭାବିନେଇଛନ୍ତି I

Govt

Comments are closed.