ଦୁଃଖଦ : ବିବାହ ପରେ ଦୁନିଆ ଛାଡିଲେ ଗାୟକ ଜେକ ଫ୍ଲିଣ୍ଟ

ଲସଆଞ୍ଜେଲସ : ହଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର I ବିବାହର କିଛି ଘଣ୍ଟା ପରେ ଦୁନିଆ ଛାଡିଛନ୍ତି ହଲିଉଡର ଫେମସ କଣ୍ଟ୍ରି ସିଙ୍ଗର୍ ଜ୍ୟାକ୍ ଫ୍ଲିଣ୍ଟ I ମୃତ୍ୟୁ ବେଳକୁ ଜ୍ୟାକ୍‌ଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଗାୟକ ଜେକ ଫ୍ଲିଣ୍ଟଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ନବବିବାହିତା ପତ୍ନୀ ବ୍ରେଣ୍ଡI ବାକଶୂନ୍ୟ ହୋଇ ପଡିଛନ୍ତି I ତାଙ୍କର ଦେହାନ୍ତ ଖବର ନେଇ ତାଙ୍କ ପିଆର୍ କ୍ଲିଫ୍ ଡୋଏଲ୍ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ଜ୍ୟାକ୍ ଫ୍ଲିଣ୍ଟ ଓକ୍‌ଲହୋମାର ବାସିନ୍ଦା ଥିଲେ । ନଭେମ୍ବରରେ ୨୬ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଜେକ ଓ ବ୍ରେଣ୍ଡା I ବିବାହ ପରେ କିଛି ସମୟ ପାଇଁ ସେ ଶୋଇପଡି ଥିଲେ I ଏହାପରେ ସେ ଆଉ ଉଠି ନ ଥିଲେ, ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ ଜେକ I ଶୋଇବା ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଗାୟକଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଜେକଙ୍କ ଦେହାନ୍ତ ପରେ ପତ୍ନୀ ବ୍ରେଣ୍ଡା ଏକ ଭାବପୂର୍ଣ୍ଣ ପୋଷ୍ଟ ଫେସବୁକରେ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ବ୍ରେଣ୍ଡା ଫ୍ଲିଣ୍ଟ ଲେଖିଛନ୍ତି, ‘ଆମେ ଦୁହେଁ ବର୍ତ୍ତମାନ ଆମର ବିବାହ ଫୋଟୋ ଦେଖି ଖୁସି ହେଉଥାନ୍ତୁ , କିନ୍ତୁ ମୁଁ ଭାବି ନଥିଲି ଏହି ସମୟରେ ମୋର ସ୍ୱାମୀଙ୍କୁ କେଉଁ ପୋଷାକ ପିନ୍ଧାଇ କବର ଦିଆଯିବ ସେ ବିଷୟରେ ମୋତେ ଚିନ୍ତା କରିବାକୁ ପଡିବ ବୋଲି । କାହାକୁ ଏତେ କଷ୍ଟ ମିଳିବ ଠିକ ନୁହେଁ I ମୋର ହୃତ୍ସ୍ପନ୍ଦନ ବନ୍ଦ ହେଇଗଲା I ମୋତେ ତାଙ୍କୁ ଫେରାଇ ଦିଅ I ମୁଁ ଏହାକୁ ସହି ପାରିବି ନାହିଁ ‘I

ନ୍ୟୁଜ୍ ରିପୋର୍ଟ ମୁତାବକ, ଜ୍ୟାକ୍ ଓକ୍ଲହୋମାର ରେଡ୍ ଡର୍ଟ ମ୍ୟୁଜିକ୍ ସିନ୍‌ର୍ର ବ୍ରାଣ୍ଡ ଆମ୍ବାସାଡର ଥିଲେ। ସେ ଜଣେ ଭଲ ସିଙ୍ଗର ମଧ୍ୟ ଥିଲେ। ଏଥିସହ ସେ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ । ଅନ୍ୟ ସିଙ୍ଗର୍‌ମାନଙ୍କୁ ସେ ସର୍ବଦା ସମର୍ଥନ କରୁଥିଲେ। ଆବଶ୍ୟକ ଥିବା ବ୍ୟକ୍ତିଙ୍କ ପାଇଁ ସେ ସର୍ବଦା ସାହାଯ୍ୟରେ ହାତ ବଢ଼ାଉ ଥିଲେ। ତାଙ୍କର ମଜାଳିଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଥିଲା ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି।

ଗାୟକ ଜେକ ଫ୍ଲିଣ୍ଟଙ୍କ ପିଆର ଫେସବୁକରେ ସ୍ୱର୍ଗତ ଗାୟକଙ୍କ ସହ ଏକ ଚିତ୍ର ସେୟାର କରିଛନ୍ତି । ସେ ଜେକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ସେ ତାଙ୍କୁ ପୁଅ ପରି ଭଲ ପାଆନ୍ତି। ସେ ଜେକ ଫ୍ଲିଣ୍ଟଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଇଛନ୍ତି I ଜ୍ୟାକ୍‌ଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି

Govt

Comments are closed.