ବଢ଼ିଲା ୟୁକ୍ରେନ୍‌ର ସଙ୍କଟ : ନୁ୍ୟକ୍ଲିୟର୍‌ ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ

ଦିଲ୍ଲୀ: ଫେବୃଆରୀ ୨୧: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଶଙ୍କା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଦୁଇ ଦେଶ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଋଷ ନିଜର ପରମାଣୁର ଭୟ ଦେଖାଇଛି । ଋଷ ଗତକାଲି ନୁ୍ୟକ୍ଲିୟର୍‌ ଡ୍ରିଲ୍‌ ପ୍ରଦର୍ଶନ କରିଛି । ଏହାହସିତ ବ୍ଲାକ୍‌ ସି (ସାଗର)ରେ ନିଜର ନୌସେନାର ଶକ୍ତି ବଢ଼ାଇ ଯୁଦ୍ଧାଭ୍ୟାସ କରୁଛି ।
ବଢ଼ିଲା ୟୁକ୍ରେନ୍‌ର ସଙ୍କଟ : ନୁ୍ୟକ୍ଲିୟର୍‌ ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ

ବିଶ୍ୱକୁ ପୁଣି ପରମାଣୁ ବୋମାର ଭୟ ଥିବା କାରଣରୁ ଆମେରିକା ଏହି ଦୁଇ ଦେଶଙ୍କ ବିବାଦରେ ହସ୍ତକ୍ଷେପ କରିଛି । ସମସ୍ୟାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଶିଖର ସମ୍ମିଳନୀ ଡାକିଛନ୍ତି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମିଳନୀରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି ।

ବଢ଼ିଲା ୟୁକ୍ରେନ୍‌ର ସଙ୍କଟ : ନୁ୍ୟକ୍ଲିୟର୍‌ ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି । ତାହା ହେଲେ ୟୁକ୍ରେନ୍‌ ଉପରେ ଋଷ ଯେଭଳି ଆକ୍ରମଣ ନ କରେ । ଆମେରିକା ହ୍‌ୱାଇଟହ୍‌ୱାଉସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ତେବେ ଫ୍ରାନ୍‌ସର ରାଷ୍ଟ୍ରପତି ଏହି ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ସମ୍ମିଳନୀକୁ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କୁ ଡକାଯିବ ବୋଲି ବି ଫ୍ରାନ୍‌ସ କହିଥିଲା । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ପୂର୍ବରୁ ୨୪ ତାରିଖରେ ଭବିଷ୍ୟତ ରଣନୀତି ସ୍ଥିର କରିବାକୁ ଦୁୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରଛାତ୍ରୀ ତୁରନ୍ତ ଦେଶ ଛାଡ଼ିବାକୁ ସୂଚନା ଦେଇଛି କିୱର ଭାରତୀୟ ଦୂତାବାସ । ୟୁକ୍ରେନ୍‌ରେ ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଶଂ ଡାକ୍ତରୀ ପାଠ ପଢ଼ୁଛନ୍ତି ।
ବଢ଼ିଲା ୟୁକ୍ରେନ୍‌ର ସଙ୍କଟ : ନୁ୍ୟକ୍ଲିୟର୍‌ ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ

ୟୁକ୍ରେନ୍‌ରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ଚାଟାର୍ଡ ଫ୍ଲାଇଡ୍‌ ଓ କମର୍ସିଆଲ୍‌ ଫ୍ଲାଇଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.