କିଭ୍: ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ । ଆଜି ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ ମସାଇଲ ମାଡ଼ କରିଛନ୍ତି । ଏଥିରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । ବିଜୁଳି ଯୋଗାଣ ବନ୍ଦ ହୋଇଥିବା ବେଳେ କିଛି ସାଧାରଣ ଲୋକଙ୍କ ଘରେ ନିଆଁ ମଧ୍ୟ ଲାଗି ଯାଇଛି । ରାଜଧାନୀ କିଭ୍ରେ ରୁଷର ଏପରି ମିସାଇଲ ମାଡ଼ ଲୋକଙ୍କୁ ଆତଙ୍କିତ କରିଛି । ପୂର୍ବରୁ ମଧ୍ୟ ରୁଷ ସେନା କିଭର କିଛି ସ୍ଥାନରେ ମିସାଇଲ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ ।
Another massive missile attack by #russian terrorists on #Ukrainian cities, including #Kyiv. Critical infrastructure facilities and residential buildings damaged. Major energy disruptions around Ukraine. Many cities are left without electricity. There are victims among civilians. pic.twitter.com/AYtKBkQWQu
— Emine Dzheppar (@EmineDzheppar) November 23, 2022
ୟୁକ୍ରେନର ପ୍ରଥମ ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଝେପାର ଟ୍ୱି୍ୱିଟ ଯୋଗୁ କିଭ୍ ଉପରେ ରୁଷ କରିଥିବା ମିସାଇଲ ମାଡ଼ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ମିସାଇଲ ମାଡ଼ରେ କେମିତି କିଭର ବିଭିନ୍ନ ଅଞ୍ଚଳର କ୍ଷତିଗ୍ରସ୍ତ ହୋଇଛି, ତା’ର କିଛି ଫଟୋ ମଧ୍ୟ ସେ ଶେୟାର କରିଛନ୍ତି । ସେ କହିଛନ୍ତି, ରୁଷିଆନ ଆତଙ୍କବାଦୀମାନେ ପୁଣିଥରେ ୟୁକ୍ରେନର କିଭ୍ ସମେତ ଏକାଧିକ ସହରରେ ଘନଘନ ମିସାଇଲ ମାଡ଼ କରିଛନ୍ତି । ଏହି ମିସାଇଲରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଆବାସିକ ବିଲଡିଂ ଧ୍ୱଂସ ହୋଇଯାଇଛି । ସମଗ୍ର ୟୁକ୍ରେନରେ ବଡ଼ଧରଣର ବିଜୁଳି ବିଭ୍ରାଟ ଦେଖାଯାଇଛି । ଏଥିଯୋଗୁ ଅନେକ ସହରର ଲୋକ ଅନ୍ଧାରରେ ରହିଛନ୍ତି । ପୀଡ଼ିତଙ୍କ ମଧ୍ୟରେ ଅନେକ ସାଧାରଣ ଲୋକ ରହିଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି ।
ଅନ୍ୟପକ୍ଷରେ କିଭ୍ ମେୟର ଭିଟାଲି କଲଷ୍ଟକୋ କହିଛନ୍ତି, ରାଜଧାନୀରେ ଥିବା ଅନେକ ଭିତ୍ତିଭୂମି ପ୍ରତିଷ୍ଠାନରେ ମିସାଇଲ ମାଡ଼ ହୋଇଛି । ତେଣୁ ଲୋକମାନେ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳରେ ରୁହ;ୁ । କିଭରେ ଏୟାର ଆଲର୍ଟ ଜାରି ରହିଥିବା ସେ କହିଛନ୍ତି ।

Comments are closed.