ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୀମା ପାର କଲା ରୁଷ ର କ୍ଷେପଣାସ୍ତ୍ର । ରୁଷ ର ୟୁକ୍ରେନ୍ ଉପରେ ଲଗାତର ମିଶାଇଲ୍ ମାଡ଼ ଜାରି ରହିଛି I ଗତ ମଙ୍ଗଳବାର ଦିନ ରୁଷ ର କ୍ଷେପଣାସ୍ତ୍ର ସୀମା ପର କରି ପୋଲାଣ୍ଡରେ ମାଡ଼ ହୋଇଛି I ଏହି କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ପ୍ରେଜେୱଡୋର ୨ ଜଣ ନିହତ ହୋଇଛନ୍ତି I ଏହି ଘଟଣାରେ ପୋଲାଣ୍ଡ୍ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଛି।
ୱାର୍ସ କହିଛି, ରୁଷ୍ ନିକ୍ଷେପ କରିଥିବା ଗୋଟାଏ କ୍ଷେପଣାସ୍ତ୍ର ପୋଲାଣ୍ଡ୍ର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ପ୍ରେଓଡ୍ ଗ୍ରାମରେ ପଡ଼ିବା ଯୋଗୁଁ ବିସ୍ଫୋରଣ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍ ସୀମାନ୍ତଠାରୁ ୧୫ କିଲୋମିଟର୍ ଦୂର ପୋଲାଣ୍ଡ୍ରେ ଏହି ରୁଷୀୟ କ୍ଷେପଣାସ୍ତ୍ରଟି ପଡ଼ିଛି। ୟୁକ୍ରେନ୍ ଆକ୍ରମଣ ପରଠାରୁ କୌଣସି ‘ନାଟୋ’ ସଦସ୍ୟ ରାଷ୍ଟ୍ର ଉପରେ ରୁଷୀୟ କ୍ଷେପଣସ୍ତ୍ର ପଡ଼ିବାରେ ଏହା ହେଉଛି ପ୍ରଥମ ଘଟଣା।
ସୂଚନାନୁଯାୟୀ, ବୁଧବାର ଇଣ୍ଡୋନେସିଆରେ ଜି-୭ ଏବଂ ନାଟୋ ନେତାଙ୍କ ମଧ୍ୟରେ ଜରୁରୀକାଳୀନ ବୈଠକ ହେବ। ବାଇଡେନ ଏବେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ପୋଲାଣ୍ଡକୁ ସବୁ ପ୍ରକାର ସହାୟତା କରିବେ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛିନ୍ତି । ମୁଖ୍ୟତଃ ମିଶାଇଲ ମାଡ଼ର ପ୍ରକୃତ ତଦନ୍ତ ପ୍ରକ୍ରିୟାରେ ଆମେରିକା ସହଯୋଗ କରିବ ବୋଲି ବାଇଡେନ କହିଛନ୍ତି। ଏନେଇ ହ୍ୱାଇଟ ହାଉସ୍ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ପୋଲାଣ୍ଡ ନାଟୋର ସଦସ୍ୟ ଭାବେ ରହିଛି। ନାଟୋରେ ଥିବା ସଦସ୍ୟମାନେ ପରସ୍ପର ପ୍ରତି ସାମରିକ ସହାୟତା ପ୍ରତି ପ୍ରତିଶ୍ରୁତିବଦ୍ଧ। ନାଟୋ ପ୍ରତିଷ୍ଠା ବେଳେ ଧାରା ୫ରେ ଏହି ଚୁକ୍ତି ହୋଇଛି। ପୋଲାଣ୍ଡରେ ଋଷର ମିଶାଇଲ ମାଡ଼ ପରେ ବାଇଡେନ ପୋଲିସିର ରାଷ୍ଟ୍ରପତି ଆନ୍ଦ୍ରେଜେଜ ଡୁଡାଙ୍କ ସହ ଆଲୋଚନା କରିବା ସହିତ ରାଷ୍ଟ୍ରପତି ଜୋ ବାଇଡେନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି।
ପୋଲାଣ୍ଡ୍ର ପ୍ରଧାନମନ୍ତ୍ରୀ ମାତେୟୁସ୍ ମୋରାୱିଏସ୍କି କହିଛନ୍ତି, ସରକାର ଉକ୍ତ ଘଟଣାର ତଦନ୍ତ କରିବା ସହିତ ସାମରିକ ପ୍ରସ୍ତୁତି ତ୍ବରାନ୍ବିତ କରାଇଛନ୍ତି। କିନ୍ତୁ, ରାଷ୍ଟ୍ରପତି ଅଣ୍ଡ୍ରି ଡୁଡ଼ା କହିଛନ୍ତି, ଏହି କ୍ଷେପଣାସ୍ତ୍ରଟି କିଏ ନିକ୍ଷେପ କରିଛି ଓ କେଉଁଠାରେ ନିର୍ମିତ ହୋଇଛି, ସେ ସଂକ୍ରାନ୍ତରେ ପୋଲାଣ୍ଡ୍ ସରକାରୀ ଅଧିକାରୀମାନେ ଜାଣି ନାହାନ୍ତି। ଯେତେଦୂର ମନେହୁଏ, ତାହା ରୁଷୀୟ ନିର୍ମିତ। କିନ୍ତୁ, ସେ ବିଷୟରେ ଏବେ ବି ଯାଞ୍ଚ ଚାଲିଛି।
ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍ ସେନା ୟୁକ୍ରେନ୍ର ବିଭିନ୍ନ ସହର ଉପରେ ୧୦୦ ରୁ ଅଧିକ ମିଶାଇଲ ହମଲା କରିଥିଲା । କିଛି ବାଲାଷ୍ଟିଲ୍ ମିଶାଇଲ ୟୁକ୍ରେନ ସୀମା ପାର୍ କରି ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରେ ପଡ଼ିଛି। ଏହି ମିଶାଇଲ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସହର ଲଓ୍ବିବି ସହର ଉପରେ ଋଷ୍ ସେନା ଲଞ୍ଚ୍ କରିଥିଲା। ତେବେ ଏହି ମିଶାଇଲ୍ ମାଡ଼ ପରେ ପଡ଼ୋଶୀ ଦେଶ ହଙ୍ଗେରୀ ମଧ୍ୟ ନିଜର ପ୍ରତିରକ୍ଷା ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ମିଶାଇଲ୍ ମାଡ଼ ପରେ ପଡ଼ୋଶୀ ଦେଶ ହଙ୍ଗେରୀ ମଧ୍ୟ ନିଜର ପ୍ରତିରକ୍ଷା ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।

Comments are closed.