ବିଶ୍ୱର ସବୁଠୁ ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଏକ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଜଣେ ସାମ୍ବାଦିକ ଲୋକଙ୍କୁ ସାହାଯ୍ୟ କରିବା ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ତାଙ୍କର ପୁରସ୍କାରକୁ ନିଲାମୀ କରିଦେଇଛନ୍ତି । ଏବି ପୁରସ୍କାର ବଦଳରେ ହେରିଟେଜ୍ ଅକ୍ସନରୁ ସାମ୍ବାଦିକଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ମିଳିଛି । ତେବେ ସେ ଆଉ କେହି ନୁହଁନ୍ତି ଗତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଋଷର ସାମ୍ବାଦିକ ଦିମ୍ରିତି ମୁରାତୋଭ ।

ତାଙ୍କୁ ନିଲାମରୁ ମିଳିଥିବା ସମସ୍ତ ଅର୍ଥକୁ ୟୁକ୍ରେନରେ ଯୁଦ୍ଧ ଯୋଗୁଁ ବାଧ୍ୟ ହୋଇ ଘର ଛାଡ଼ିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଦାନ କରିଛନ୍ତି । ଦିମ୍ରିତି ମୁରାତୋଭଙ୍କୁ ବର୍ଷ ୨୦୨୧ରେ ବାକ୍ ସ୍ୱାଧୀନତା ଏବଂ ଅଭିବ୍ୟକ୍ତର ସ୍ୱାଧୀନତା ପାଇଁ ନୋବେଲ ଶାନ୍ତି ପୁରସ୍କାରର ସମ୍ମାନିତ କରାଯାଇଥିଲା । ରକାରଙ୍କ ଦୁର୍ନୀତିର ମୁଖା ଖୋଲିବା ଓ ମାନବିଧକାର ଉଲ୍ଲଘଂନ ଘଟଣା ସାମ୍ନାକୁ ଆଣିବା କ୍ଷେତ୍ରରେ ଖବର ପ୍ରକାଶ କରି ଦିମ୍ରିତି ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ଥରେ ତାଙ୍କର ମହାନତା ବିଶ୍ୱର ସମସ୍ତ ସାମ୍ବାଦିକଙ୍କ ପାଇଁ ପ୍ରେରଣା ପାଲଟିଛି । ୬୦ ବର୍ଷୀୟ ଦିମ୍ରିତି ମୁରାତୋଭ ‘ନୋଭେୟା ଗାଜେଟା’ ନାମକ ଏକ ସମ୍ବାଦ ସଂସ୍ଥାର ସମ୍ପାଦକ ।
ଏହାର ମୁଦ୍ରିତ ଓ ଡିଜିଟାଲ ଉଭୟ ସଂସ୍କରଣ ପ୍ରକାଶ ପାଏ । ୟୁକ୍ରେନ ଉପରେ ଋଷର ଆକ୍ରମଣର କିଛି ଦିନ ପରେ ନୋଭେୟା ଗାଜେଟାକୁ ବନ୍ଦ କରିଦିଆଯାଇଥିଲା । ତେବେ ନିଲାମରେ ଦିମ୍ରିତିଙ୍କ ନୋବେଲ ପୁରସ୍କାରକୁ ୮୦୦କୋଟିରେ ନେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ । ହେରିଟେଜ୍ ଅକ୍ସନର ଅଧିକାରୀଙ୍କ କହିବା ଅନୁଯାୟୀ ନୁ୍ୟୟର୍କରେ ଗୋଲï ମେଡାଲର ବିକ୍ରିରୁ ମିଳିଥିବା ଅର୍ଥରାଶି ୟୁନିସେଫ୍ର ସାହାଯ୍ୟ ପାଇଁ ଦିଆଯିବ । ଏହାଦ୍ୱାରା ଯୁଦ୍ଧ କାରଣରୁ ୟୁକ୍ରେନରୁ ବାହାରିଥିବା ପିଲାଙ୍କୁ ଆର୍ଥିକ ସହଯୋଗ କରାଯାଇପାରିବ ।

Comments are closed.