ଦିଲ୍ଲୀ: ଫେବୃଆରୀ ୨୪: ବହୁ ବର୍ଷ ଧରି ଶୀତଳ ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍-ଋଷଙ୍କର ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି । ଋଷ ସେନା ପ୍ରଥମେ ନିଜ ଶକ୍ତି ପ୍ରଦର୍ଶନ କରି ଆକାଶ ମାର୍ଗରୁ ୟୁକ୍ରେନ୍ର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି । ଫଳରେ ୟୁକ୍ରେନ୍ ସୈନ୍ୟଙ୍କ ଏୟାର୍ବସ ଓ ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରୀଳାୟ ପକ୍ଷରୁ ସୂଚନା ମିଳିଛି ।
ଏହାସହିତ ୟୁକ୍ରେନ୍ର ସାମରିକ ଭୂମି, ଏୟାର୍ ଡିଫେନ୍ସ ସିଷ୍ଟମ୍ , ମିଲିଟାରୀ ଏୟାର୍ ଫିଲ୍ଡ ସମେତ ସେନା ବ୍ୟବହାର କରୁଥିବା ବିମାନ ବନ୍ଦର ସବୁ ଅଚଳ କରି ଦିଆଯାଇଛି ବୋଲି ଋଷ୍ ପ୍ରକାଶ କରିଛି । ଋଷକୁ ଜବାବ ଦେବା ପାଇଁ ଲୁହାନସ୍କି ସ୍ଥାନ ଉପରେ ପଇଁତରା ମାରୁଥିବା ଋଷର ୫ଟି ଜାହାକୁ ୟୁକ୍ରେନ୍ ଗୁଳି କରି ଖସାଇ ଦେଇଛି ।
A cruise missile fired by the Russian army fell on Kiev #Ukraine#Russia pic.twitter.com/x0Cty5sDjX
— breaking news (@breaknewsi) February 24, 2022
ଅନ୍ୟପକ୍ଷରେ, ଋଷର ଆକ୍ରମଣ ହେତୁ ୟୁକ୍ରେନ୍ର ସମସ୍ତ ବେସାମରିକ ବିମାନ ଚଳାଚଳକୁ ବନ୍ଦ କରାଯିବା ସହିତ ବିମାନ ପଥକୁ ମଧ୍ୟ ବନ୍ଦ କରାଯାଇଛି । ଫଳରେ ସେଠାରେ ଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ଯାଇଥିବା ଏୟାର୍ ଇଣ୍ଡିଆର ବିମାନଗୁଡ଼ିକ ଦିଲ୍ଲୀକୁ ଫେରିଆସିଛି ।
ନିଜ ଦେଶ ଓ ପରିବାର ଲୋକଙ୍କ ପାଖକୁ ଫେରିବାକୁ ହଜାର ହଜାର ଓଡ଼ିଆଙ୍କ ସମତେ ଅନେକ ଭାରତୀୟ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଶଂ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ ଥିବା କଥା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଋଷ ବିମାନ ମାର୍ଗରେ ବୁଲି ବୁଲି ୟୁକ୍ରେନ୍ର ବିଭିନ୍ନ ସ୍ଥାନକୁ ଆକ୍ରମଣ କରୁଛି । ଏଥିରେ ସାଧାରଣ ଲୋକ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି । ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
! Ukraine's central military command reports Russia bombed several airports, including Kyiv Boryspil, Nikolaev, Kramatorsk, Kherson. Kharkiv military airport is burning. pic.twitter.com/IOrfGZgPL4
— Christo Grozev (@christogrozev) February 24, 2022
ୟୁକ୍ରେନ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉନାହିଁ ବୋଲି ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି ।

Comments are closed.