ଋଷର କ୍ଷେପଣାସ୍ତ୍ରରେ ଜେଲେନସ୍କିଙ୍କ ନା

ମସ୍କୋ: ମାର୍ଚ୍ଚ ୨୩: ଆଜି ଆର୍ଖାନ୍ଗେଲସ୍କ୍ ଓବ୍ଲାଷ୍ଟ୍ର ମିର୍ନିରେ ଥିବା ପ୍ଲେସ୍ତେସ୍କ୍ କସ୍ମୋଡ୍ରମରୁ ରୁଷ୍ ମହାଶୂନ୍ୟକୁ ସୋୟୁଜ୍-୨.୧ଏ ନାମକ ଗୋଟାଏ ମହାକାଶଯାନ ବହନକାରୀ ରକେଟ୍ ଉତ୍କ୍ଷେପଣ କରିଛି। ମହାଶୂନ୍ୟକୁ ପ୍ରେରଣ କରାଯାଇଥିବା ଉକ୍ତ ରକେଟ୍ରେ ଜେଡ୍ ଅକ୍ଷର ଲେଖାଯାଇଛି। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ ଆକ୍ରମଣରେ ସମ୍ପୃକ୍ତ ଥିବା ରୁଷୀୟ ସେନା ଯେଉଁ ଯୁଦ୍ଧ ଉପକରଣ ସବୁ ବ୍ୟବହାର କରୁଛି, ସେଥିରେ ମଧ୍ୟ ଜେଡ୍ ସଙ୍କେତ ଅଛି।ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନେତୃତ୍ୱରେ ଚାଲିଥିବା ୟୁକ୍ରେନ୍ ଆକ୍ରମଣକୁ ସମର୍ଥନ କରିବାର ସଙ୍କେତ ହେଉଛି ଜେଡ୍ ଅକ୍ଷର। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ତାର ଇନ୍ଷ୍ଟାଗ୍ରାମ୍ ପେଜରେ ବିଭିନ୍ନ ଭଙ୍ଗୀରେ ଲେଖାଯାଇଥିବା ଜେଡ୍ ଓ ଭି ଅକ୍ଷର ପୋଷ୍ଟ୍ କରିଛି। କିନ୍ତୁ, ଉକ୍ତ ଅକ୍ଷରର ବାସ୍ତବ ଅର୍ଥ ବା ମର୍ମ କଣ ତାର କୌଣସି ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ଦିଆଯାଇ ନାହିଁ। କିନ୍ତୁ ପରୋକ୍ଷରେ ଏହି ସବୁ ମାରଣାସ୍ତ୍ର ଓ କ୍ଷେପଣାସ୍ତ୍ର ଜେଲେନ୍ସିଙ୍କ ଉଦ୍ଦେଶ୍ୟରେ ପଠାଯାଉଥିବାରୁ ଏପରି ସଂକେତ ତିଆରି କରାଯାଉଥିବା କୁହାଯାଉଛି ।

Launching Ceremony of “AYUSHMAN BHARAT

Comments are closed.