ଫିଫା ୱାଲïର୍ କପ୍କୁ ନେଇ ଏବେ ସବୁଠି ଉତ୍ସାହ । ସମସ୍ତ ଦେଶ ଏବେ ଏହି ଟାଇଟେଲ୍ ନିଜ ନାମରେ କରିବା ପାଇଁ ତତ୍ପର । କାତାରରେ ଏହି ମହାମୁକାବିଲା ଚାଲିଥିବା ବେଳେ ଅନ୍ୟପକ୍ଷରେ ନିଜ ନିଜ ଟିମ୍କୁ ଚିଅର କରିବା ଲାଗି ପହଞ୍ଚିଥିବା ଫ୍ୟାନ୍ସଙ୍କ ମଧ୍ୟରେ ବି ଫୁଟବଲ୍ ମାନିଆ ପ୍ରବଳ ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜର ଦେଶର ଟିମ୍ର ମନୋବଳ ବଢାଇବାରେ ଲାଗିଛନ୍ତି । ଏହି କ୍ରମରେ ଇଂଲଣ୍ଡର ଜଣେ ବାଳକ ନିଜ ପ୍ରିୟ ଫୁଟବଲର ରୋନାଲେïାଙ୍କ ପରି ହେୟାରଷ୍ଟାଇଲ୍ କରି ନିଜ ସ୍କୁଲରେ ପହଞ୍ଚି ଯାଇଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ସ୍କୁଲରେ ଏପରି ହେୟାରଷ୍ଟାଇଲ୍କୁ ଗ୍ରହଣ କରାଯିବ ନାହିଁ ବୋଲି ।
ଡେଲି ଷ୍ଟାର ନ୍ୟୁଜ୍ େୱବସାଇଟ୍ ରିପୋର୍ଟ ଅନୁସାରେ ୧୨ ବର୍ଷୀୟ ଆଲଫି ରାନସମ୍ ଇଂଲଣ୍ଡର ହଲ୍ ସ୍ଥିତ ସିରିୟସ୍ େୱଷ୍ଟ ଏକାଡେମୀରେ ପାଠ ପଢନ୍ତି । ଆଲଫି ଫୁଟବଲ୍ ଦେଖିବାକୁ ବହୁତ ଭଲ ପାଆନ୍ତି ଓ ବ୍ରାଜିଲର ପ୍ରତିଷ୍ଠିତ ଖେଳାଳୀ ରୋନାଲେïା ତାଙ୍କର ବହୁତ ପ୍ରିୟ ଯିଏ କି ଅବସର ନେଇ ସାରିଲେଣି । କେବଳ ଏତିକି ନୁହେଁ ରୋନାଲେïାଙ୍କ ଆଇକନିକ୍ ହେୟାରଷ୍ଟାଇଲ୍ ମଧ୍ୟ ତାଙ୍କୁ ବହୁତ ପସନ୍ଦ । ଆଲଫି ରୋନାଲେïାଙ୍କ ପରି ହେୟାରକଟ୍ କରି ସ୍କୁଲରେ ପହଞ୍ଚି ଯାଇଥିଲେ ଓ ସେ ଭାବିଥିଲେ ସମସ୍ତେ ତାଙ୍କର ପ୍ରଶଂସା କରିବେ । କିନ୍ତୁ ସ୍କୁଲର ନିୟମ ଉଲଙ୍ଘନ କରିଛନ୍ତି କହି ଶିକ୍ଷକ ତାଙ୍କୁ ଘରକୁ ପଠାଇ ଦେଇଥିଲେ ।

Comments are closed.