ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ୱକପ୍ ଅକେଫାବର ୧୬ ତାରିଖରୁ ଆରମ୍ଭ ହେଉଛି । ୨୩ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ । ଏହି ବିଶ୍ୱ ପ୍ରତିଯୋଗିତାକୁ ନେଇ ଢେର ଅଶାବାଦୀ ଅଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା । ଅଞ୍ଜୁମଙ୍କ ମତରେ ଭାରତ ନିଶ୍ଚିତ ଭଲ ଖେଳିବ । କି;ୁ ବିଶ୍ୱକପ୍ ଜିତିବାକୁ ହେଲେ ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲିଙ୍କୁ ଭଲ କରିବାକୁ ପଡ଼ିବ ।
ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଠାରୁ ମଧ୍ୟ ଭଲ ସମର୍ଥନ ମିଳିବା ଜରୁରୀ । ଟି-୨୦ ଫର୍ମାଟ୍ ଅପ୍ରତ୍ୟାଶିତ ଫଳାଫଳ ଦେଉଥିବାରୁ ପାଣ୍ଡ୍ୟାଙ୍କଠାରୁ ପର୍ଯ୍ୟାପ୍ତ ଅବଦାନର ଆବଶ୍ୟକତା ରହିଛି । ଭାରତ ଏକ ଭଲ ଦଳ, କି;ୁ ବିଦେଶ ମାଟିରେ ଆଇସିସି ପ୍ରତିଯୋଗିତା ଖେଳୁଥିବା ବେଳେ ଭିନ୍ନ ଆହ୍ୱାନ ଆସିଥାଏ । ଜଣେ କ୍ରିକେଟର୍ ଭାବେ ଆମେ ସବୁବେଳେ ଚାହିଁଥାଉ ଭାରତ ସବୁ ଟ୍ରଫି ଜିତୁ । କି;ୁ ବାସ୍ତବରେ ଏହା ସହଜ ନୁହେଁ । ଅଷ୍ଟ୍ରେଲିଆରେ ନିଶ୍ଚିତ ପ୍ରତିଟି ମ୍ୟାଚ୍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ । ମୁଁ ବିରାଟ ଓ ରୋହିତଙ୍କର ଜଣେ ବଡ଼ ପ୍ରଶଂସକ । ଏହାର ଅର୍ଥ ନୁହେଁ ମୁଁ ହାର୍ଦିକଙ୍କୁ ଭଲ ପାଏ ନାହିଁ ବୋଲି ଅଞ୍ଜୁମ ଶେଷରେ ପ୍ରକାଶ କରିଥିଲେ ।
ଭାରତ ଚଳିତ ବର୍ଷ ଅଷ୍ଟ୍ରେଲିଆ, େୱଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳା/ମ୍ୟାଚ୍ ଜିତିଛି । ଏସିଆ କପ୍ରେ କି;ୁ ବିଜେତା ଥାଇ ଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲା । ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଗ୍ରୁପ୍-୨ରେ ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ ଦୁଇ ଦଳ (ବି୧ ଓ ଏ୨) ସହ ସାମିଲ ରହିଛି । ନୂଆ ଅଧିନାୟକ-ପ୍ରଶିକ୍ଷକ ଯୋଡ଼ି ରୋହିତ ଶର୍ମା-ରାହୁଲ ଦ୍ରାବିଡ଼ଙ୍କ ଅଧୀନରେ ଭାରତ ଏଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଭାରତ ସେପେଫମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଏକ ୩ ମ୍ୟାଚ୍ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ ।
ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପ;୍ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନ୍, ୟୁଝବେନ୍ଦ୍ର ଚହଲ୍, ଅକ୍ଷର ପଟେଲ୍, ଯଶପ୍ରୀି ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହଛ ଷ୍ଟାଣ୍ଡବାଇ: ମହମ୍ମଦ ସାମି, ଶ୍ରେୟସ ଆୟର୍, ରବି ବିଷ୍ଣୋଇ, ଦୀପକ ଚହର ।

Comments are closed.