ଆମେରିକା ଦୂତାବାସ ଥିବା ବାଗ୍‌ଦାଗ୍‌ ଜୋନ୍‌ ଉପରେ ରକେଟ୍‌ ମାଡ଼ : ୩ ଗୁରୁତର

ନୂଆଦିଲ୍ଲୀ: ଜାନୁଆରୀ ୧୪: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରା ଦୂତାବାସ ଥିବା ବାଗ୍‌ଦାଗ୍‌ର ଗ୍ରିନ୍‌ ଜୋନ୍‌ ଉପରେ ରକେଟ୍‌ ମାଡ଼ ହୋଇଛି । ଏଥିରେ ୨ଜଣ ପିଲାଙ୍କ ସମେତ ଜଣେ ମହିଳା ଗୁରୁତର ହୋଇଛିନ୍ତି । ଏନେଇ ଦୂତାବାସ ଏବଂ ଇରାକୀୟ ସେନା ସୂଚନା ଦେଇଛି ।

ଆମେରିକା ଦୂତାବାସ ଥିବା ବାଗ୍‌ଦାଗ୍‌ ଜୋନ୍‌ ଉପରେ ରକେଟ୍‌ ମାଡ଼ : ୩ ଗୁରୁତର
ସୂଚନା ଅନୁସାରେ, ରକେଟ୍‌ ମାଡ଼ କରାଯାଇଥିବା ସମୟରେ ସେଥିମଧ୍ୟରୁ ଗୋଟିଏ ରକେଟ୍‌ ଏକ ବିଦ୍ୟାଳୟ ଉପରେ ପଡ଼ିଥିବା ବେଳେ ଆଉ ଦୁଇଟି ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ପ୍ରାଙ୍ଗଣରେ ପଡ଼ିଥିଲା । ବିଦ୍ୟାଳୟର ଜଣେ ମହିଳା ଏବଂ ଦୁଇ ଜଣ ବିଦ୍ୟାର୍ଥୀ ଏଥିରେ ଗୁରୁତର ଆହତ ହୋଇଥିଲେ ।

ନାମ ଗୋପନ ଜଣେ ବରିଷ୍ଠ ଇରାକୀୟ ସରକାରୀ ଅଧିକାରୀ କହିଛନ୍ତି, ଗ୍ରିନ୍‌ ଜୋନ୍‌ ଆଡ଼କୁ ୩ଟି ରକେଟ୍‌ ମାଡ଼ କରାଯାଇଥିଲା । ସେଥିରୁ ଦୁଇଟି ଆମେରିକୀୟ ଦୂତାବାସ ପ୍ରାଙ୍ଗଣରେ ପଡ଼ିଲା ଏବଂ ଅନ୍ୟଟି ଗୋଟାଏ ବିଦ୍ୟାଳୟ ପାଖରେ ପଡ଼ିବାରୁ ଜଣେ ମହିଳା, ଗୋଟାଏ ବାଳିକା ଓ ଗୋଟାଏ ବାଳକ ଆହତ ହୋଇଛନ୍ତି ।

ଆମେରିକା ଦୂତାବାସ ଥିବା ବାଗ୍‌ଦାଗ୍‌ ଜୋନ୍‌ ଉପରେ ରକେଟ୍‌ ମାଡ଼ : ୩ ଗୁରୁତର
ଯୁକ୍ତରାଷ୍ଟ୍ର ଆମେରିକାରା ଦୂତାବାସ ଥିବା ବାଗ୍‌ଦାଗ୍‌ର ଗ୍ରିନ୍‌ ଜୋନ୍‌

ଏହାପରେ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ପରିସରରେ ଥିବା କିଛି ଆତଙ୍କବାଦୀ ସଂଗଠନ ଉପରେ ଆମେରିକା ସେନା ଆକ୍ରମଣ କରିଥିବା ସୂଚନା ମିଳିଛି ।

Govt

Comments are closed.