ଦୁନିଆରେ ପ୍ଲାଷ୍ଟିକ ପ୍ରଦୂଷଣର ବିପଦ ବଢ଼ିବାରେ ଲାଗିଛି । ଏହାକୁ ଦେଖି ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ ସଫା କରିବା ପାଇଁ ଚୀନର ସିଚୁଆନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏକ ରୋବଟ୍ ମାଛ ପ୍ରସ୍ତୁତ କରିଛନ୍ତି । ଏହା ସମୁଦ୍ରରେ ପହଁରି ପ୍ଲାଷ୍ଟିକ ଖଣ୍ଡକୁ ଗୋଟିଏ ସ୍ଥାନରୁ ଆଣି ଅନ୍ୟ ସ୍ଥାନରେ ଆଣି ରଖିପାରିବ । ମାଇକ୍ରୋପ୍ଲାଷ୍ଟିକ ୫ମିଲିମିଟର କିମ୍ବା ଏହାଠୁ ମଧ୍ୟ ଛୋଟ ପ୍ଲାଷ୍ଟିକର ଖଣ୍ଡ ହୋଇଥାଏ । ଏହା ଏତେ ଛୋଟ ହୋଇଥାଏ ଯେ ବିନା ବିବର୍ଦ୍ଧକ କାଚ (ମାଗ୍ନିଫାଇଙ୍ଗ୍ ଗ୍ଲାସ)ରେ ଏହାକୁ ଖାଲି ଆଖିରେ ଦେଖିବା କଷ୍ଟକର । ବୈଜ୍ଞାନିକମାନେ ଏହି କଣିକାର ପ୍ରଭାବକୁ କମ୍ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହା ପାଣି, ଖାଦ୍ୟ ସାମଗ୍ରୀ ଜରିଆରେ ଶରୀର ଭିତରକୁ ପ୍ରବେଶ କରେ, ଯାହା କ୍ଷତି ପହଞ୍ଚାଇଥାଏ ।
ତେଣୁ ବୈଜ୍ଞାନିକମାନେ ଏହାର ସମାଧାନ ସ୍ୱରୂପ ରୋବୋ ମାଛର ଉଦ୍ଭାବନ କରିଛନ୍ତି । ଏହି ରୋବୋ ମାଛର ଲମ୍ବା ମାତ୍ର ୧୩ ମିଲିମିଟର । ଏହାର ଲାଞ୍ଜରେ ଅତିବାଇଗଣୀରଶ୍ମିର ପ୍ରଣାଳୀ ରହିଛି, ଯାହାର ସାହାଯ୍ୟରେ ଏହା ପହଁରିଥାଏ ଏବଂ ଗୋଟିଏ ସେକେଣ୍ଡରେ ପ୍ରାୟ ୩୦ ମିଲିମିଟର ପର୍ଯ୍ୟନ୍ତ ଆଗକୁ ଯାଇପାରେ । ରିପୋର୍ଟ ଅନୁଯାୟୀ ରୋବୋଟକୁ ନିର୍ମାଣ କରିବା ପାଇଁ ବୈଜ୍ଞାନିକମାନେ ଏପରି ପଦାର୍ଥର ବ୍ୟବହାର କରିଛନ୍ତି, ଯାହାଦ୍ୱାରା ଏହି ମାଛ ବେଶ୍ ନମନୀୟ ହୋଇଯାଇଛି । ରୋବୋ ଫିସ୍ ଗୋଟିଏ ଥରେ ପ୍ରାୟ ୫କିଲୋଗ୍ରାମ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଉଠାଇପାରିବାର ସକ୍ଷମ ରଖିଛି । ଏହାସହ ମାଇକ୍ରୋପ୍ଲାଷ୍ଟିକକୁ ପହଁରୁଥିବା ସମୟରେ ଅବଶୋଷ କରିପାରୁଛି । ରିସର୍ଚ୍ଚରେ ସାମିଲ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ରୋବୋ ଫିସ୍ ନିଜ କ୍ଷତକୁ ନିଜେ ଭରିବାରେ ସକ୍ଷମ ।
Comments are closed.