ରୋବଟ ସାଂସଦ

0

ଆଜିକାଲି ଏଆଇର ବ୍ୟବହାର ଖୁବ ବଢିଛି । ଅନେକ କ୍ଷେତ୍ରରେ ଏହାକୁ ବ୍ୟବହାର କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଉଛି । ସେହିକ୍ରମରେ ଅଲ୍‌ବାନିଆର ଏଆଇ ମନ୍ତ୍ରୀ ଡିଏଲା ଖୁବଶୀଘ୍ର ୮୩ ଛୁଆଙ୍କର ମା ହେବାକୁ ଯାଉଛନ୍ତି । ଏହି ସମସ୍ତ ଛୁଆମାନେ ମଧ୍ୟ ନିଜ ମାଙ୍କ ଭଳି ସଂସଦରେ କାମ କରିବେ । ଏହି ସମସ୍ତ ଛୁଆ ସତ୍ତାଧାରୀ ସୋସିଆଲିଷ୍ଟ ପାର୍ଟି ସାଂସଦଙ୍କର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିବେ । ଏମାନେ ସଂସଦରେ ହେଉଥିବା ସମସ୍ତ କଥାର ରେକର୍ଡ ରଖିବେ । ସେହିଭଳି ଯଦି କେଉଁ ସାଂସଦ କୌଣସି ଚର୍ଚ୍ଚା କିମ୍ବା ଘଟଣାକୁ ମିସ କରିଦିଅନ୍ତି ତେବେ ସେମାନେ ଏହାର ସୂଚନା ଉକ୍ତ ସାଂସଦଙ୍କୁ ଏହି ରୋବଟ ପ୍ରଦାନ କରିବେ । ୨୦୨୬ ଶେଷ ବେଳକୁ ଏମାନେ ସଂସଦରେ କାମ କରିବେ ବୋଲି ଅଲ୍‌ବାନିଆର ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଅଲବାନିଆ ହେଉଛି ବିଶ୍ୱର ପ୍ରଥମଦେଶ ଯିଏ ଏଆଇ ସାଂସଦଙ୍କୁ ସରକାରୀ ମନ୍ତ୍ରୀ ରୂପେ ନିଯୁକ୍ତି କରିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.