ଭୁବନେଶ୍ୱର : ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ ଆସନ୍ତା ୬ରେ EICଙ୍କ ଅଫିସ୍ରେ ବସିବ ସମନ୍ୱୟ ବୈଠକ । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ ।
