ବଢ଼ୁଛି ଦୁର୍ଘଟଣା ଜନିତ ମୃତୁ୍ୟ: ଗତ ୨୪ ଘଣ୍ଟାରେ ୪ସଡ଼କ ଦୂର୍ଘଟଣାରେ ଗଲା ୧୩ ଜୀବନ
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ ଟ୍ରକ ସହ ହୁଣ୍ଡାଇ କାର୍ ଧMା ଟ୍ରକ୍ ଧMାରେ ଚାଲିଗଲା ନବବଧୂର ଜୀବନ ଟ୍ରକକୁ ପଛପଟୁ ଧMା ଦେଲା ଯାତ୍ରୀବାହୀ ବସ
ନୂଆପଡା/ଅନୁଗୁଳ/ବାଲେଶ୍ୱର/ଯାଜପୁର: କୁହାଯାଏ ଦ୍ରୁତଗତି, ମହାବିପତ୍ତି ସଡ଼କ ସୁରକ୍ଷା, ଜୀବନ ରକ୍ଷା । ନୂଆପଡ଼ା ସ୍ଥାନୀୟ ମହାମାୟା କଲେଜ ପାଖରେ ମଙ୍ଗଳବାର ଏକ ମର୍ମ;ୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଅଲଟୋ କାର ରାସ୍ତା ତଳକୁ ଖସି ଗଛରେ ପିଟି ହେବାରୁ ୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ସମେତ ୬ ଜଣ ଅଛନ୍ତି । ଏଥିରେ ଜଣେ ଗୁରୁତର ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ମୃତକମାନେ ଛତିଶଗଡର ବୋଲି ଜଣାପଡିଛି । ।
ନୂଆପଡ଼ା-ବରଗଡ଼ (ବିଜୁ ଏକ୍ସପ୍ରେସ୍ େୱ)ର ଜୋଙ୍କ ଥାନା ଅନ୍ତର୍ଗତ ମହାମାୟା କଲେଜ ସୁନସୁନିଆ ନିକଟରେ ଦ୍ରୁତଗାମୀ କାର (ସିଜି ୦୬ଜିଏଫ ୨୭୫୩) ଅପରାହ୍ନ ପ୍ରାୟ ୩ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଜଣେ ମହିଳା ଓ ଶିଶୁଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ । ଏମାନେ ସମସ୍ତେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ଛତିଶଗଡ଼ର ମହାସମୁନ୍ଦ ଆଡ଼କୁ ଯାଉଥିଲେ । ତେବେ କାର ଚାଳକ ସୁନସୁନିଆ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧMା ଦେଇଥିଲେ । ଦୁର୍ଘଟଣା ସମ୍ପର୍କିତ ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ମୃତଦେହ ଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ସେହିପରି ପାଲଲହଡା ୧୪୯ ନମ୍ବର ଜାତୀୟ ରାଜପଥରେ ମର୍ମ;ୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାର ଖମାର ଥାନା ଅନ୍ତର୍ଗତ କଣ୍ଟିଆପସି ୧୪୯ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ସୋମବାର ମଧ୍ୟରାତ୍ରିରେ କଣ୍ଟିଆପସି ୧୪୯ ନଂ ଜାତୀୟ ରାଜପଥ ନିକଟରେ ଏକ ଟ୍ରକ ସହ ହୁଣ୍ଡାଇ କାରର ଧMା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଖମାର ଥାନା ଅନ୍ତର୍ଗତ ଇଂଜିଡି ଗ୍ରାମର ବୋଲି ଜଣାପଡ଼ିଛି । ସେମାନେ ହେଲେ ଗୌର ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାପୁନ ସାହୁ, ରାନୁ ପ୍ରଧାନ ଓ ପିନୁ ସାହୁଛଘଟଣା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ସେହିପରି ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା(ଓଡି୦୫-ବିବି୫୮୫୫) ନଂ ବିଶିଷ୍ଟ ଦ୍ରୁତଗାମୀ ସୋନେକ୍ସ ଯାତ୍ରୀବାହୀ ବସ ଏକ ଟ୍ରକକୁ ପଛପଟୁ ଧMା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିଲେ, ଆଉ ୧୧ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଦା;ୁଣ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ପ୍ଲାଜାର କିଛି ଦୂର ପଶ୍ଚିମବଙ୍ଗ ସୀମା ଗେଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବସ ଚଳାଉଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୧୧ ଜଣ ଆହତ ହୋଇଥିଲେ ।
ମଙ୍ଗଳବାର ମହା ଶିବରାତ୍ରି ଥିବାରୁ ସ୍ୱାମୀ- ସ୍ତ୍ରୀ ମହାବିନାୟକ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ବାଟରେ ଟ୍ରକ୍ ଧMାରେ ଚାଲିଗଲା ନବବଧୂର ଜୀବନ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଜାରକା ନିକଟସ୍ଥ ଭାଲୁଖାଇ ଛକ ନିକଟରେ ଏଭଳି ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ କୁ ଟ୍ରକ୍ ପଛ ପଟୁ ଧMା ଦେବାରୁ ଯାଜ୍ଞସେନୀ ପଣ୍ଡାଙ୍କ ଓ ସ୍ୱାମୀ ନିରୋଦ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯାଜ୍ଞସନୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା । ପ୍ରାୟ ଏକ ମାସ ପୂର୍ବେ ଯାଜ୍ଞସନୀ ନିରୋଧକୁ ବିବାହ କରିଥିଲେ । ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଞ୍ଚଳରେ ।

Comments are closed.