ଭୁବନେଶ୍ୱର : ପୁରୁଣା ଗାଡି ବ୍ୟବହାର ଉପରେ ହଟିଲା କଟକଣା । ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷକୁ ବୃଦ୍ଧି ହେଲା ପୁରୁଣା ଗାଡିର ବ୍ୟବହାର । ପୂର୍ବରୁ ୧୫ ବର୍ଷ ପରେ ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିଛନ୍ତି ସରକାର ।
ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ଯାହାକୁ ଲୋକେ ଆଉ ବ୍ୟବହାର କରିପାରୁନାହାନ୍ତି। ଯେହେତୁ ପୂର୍ବରୁ ନିୟମ ଥିଲା ଯେ, ୧୫ ବର୍ଷ ପରେ ପୁରୁଣା ଗାଡିର ନବୀକରଣ କରି ପଞ୍ଜିକରଣ କରିବା ପାଇଁ କିନ୍ତୁ ବର୍ତ୍ତମାନ ଏହା ୨୦ ବର୍ଷକୁ ବୃଦ୍ଧି ପାଇଛି । ଏନେଇ ଲୋକେ ଭଲ କଣ୍ଡିସନ ଥିଲେ ଗାଡ଼ିକୁ ବ୍ୟବହାର କରିପାରୁନଥିଲେ। ହେଲେ ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ।
