ଆମେରିକା ବୈଜ୍ଞାନିକଙ୍କ ଅଦ୍ଭୁତ ଉଦ୍ଭାବନ: କଅଁଳାଇଲେ ବେଙ୍ଗର ଗୋଡ଼

ଆମେରିକା: ଆମେରିକା ବୈଜ୍ଞାନିକଙ୍କ ଅଦ୍ଭୁତ ଉଦ୍ଭାବନ ସର୍ବଦା ସମସ୍ତଙ୍କୁ ଚକିତ କରିଥାଏ । ଏମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ସର୍ବଦା ଆଗରେ ରହିଥାଆନ୍ତି । ସେହିକ୍ରମରେ ଏକ ଆଶ୍ଚର୍ଯ୍ୟକର ଉଦ୍ଭାବନ କରିଛନ୍ତି ଆମେରିକୀୟ ବୈଜ୍ଞାନିକମାନେ । ଏମାନେ ଗୋଟିଏ ବେଙ୍ଗର ଗୋଡକୁ ପୁଣିଥରେ ବଢାଇବାରେ ବା କଅଁଳେଇବାରେ ସଫଳ ହୋଇଛନ୍ତି । ଆଗକୁ ସେମାନେ ଏହି ପ୍ରକ୍ରିୟାକୁ ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପରେ ଉପଯୋଗ କରିବାକୁ ଯୋଜନା ରଖିଛନ୍ତି ।

ଆମେରିକା ବୈଜ୍ଞାନିକଙ୍କ ଅଦ୍ଭୁତ ଉଦ୍ଭାବନ: କଅଁଳାଇଲେ ବେଙ୍ଗର ଗୋଡ଼
ଏହି ଗବେଷଣାଟିକୁ ସେମାନେ ଆଫ୍ରିକୀୟ ‘କ୍ଲାୱଡ ବେଙ୍ଗ’ ଉପରେ କରିଥିଲେ, ଯାହାର ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ନଷ୍ଟ ହୋଇଯାଇଥିଲା ।

ବେଙ୍ଗଟିର ଖଣ୍ଡିଆ ସ୍ଥାନକୁ ଏକ ସିଲିକନ୍‌ କ୍ୟାପ୍‌ରେ ବନ୍ଧାଯାଇଥିଲା, ଏହି କ୍ୟାପ୍‌ରେ ପ୍ରୋଟିନ୍‌ ଜେଲ୍‌ରେ ପାଞ୍ଚ ପ୍ରକାରର ଡ୍ରଗସ୍‌ ମିଶାଯାଇ କ୍ଷତସ୍ଥାନରେ ବନ୍ଧାଯାଇଥିଲା । ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ଡ୍ରଗସ୍‌ର ବ୍ୟବହାର ଭିନ୍ନଭିନ୍ନ କାରଣ ପାଇଁ କରାଯାଇଛି । ଏଗୁଡିକ ଶୀରା ପ୍ରସିରା, ବ୍ଲଡ୍‌ ଭେସେଲ୍ସ ବଢାଇବାରେ ସାହାଯ୍ୟ କରିବା ସହିତ କ୍ଷତର ଫୁଲା କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ପ୍ରକିୟା ସମ୍ପୂର୍ଣ୍ଣ ହେବା ପାଇଁ ୧୮ ମାସର ସମୟ ଲାଗିଥିଲା ।

ପ୍ରକ୍ରିୟା ସମାପ୍ତ ହେବାପରେ ବେଙ୍ଗଟିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏକ ଗୋଡ ସୃଷ୍ଟି ହୋଇଥିଲା ଯେଉଁଥିରେ ବୋନ୍‌ଲେସ୍‌ ଆଙ୍ଗୁଠି ମଧ୍ୟ ରହିଛି ।

ଆମେରିକା ବୈଜ୍ଞାନିକଙ୍କ ଅଦ୍ଭୁତ ଉଦ୍ଭାବନ: କଅଁଳାଇଲେ ବେଙ୍ଗର ଗୋଡ଼
ପୂର୍ବରୁ ବେଙ୍ଗଟିର ଗୋଡ ପ୍ରାକୃତିକ ଉପାୟରେ ସୃଷ୍ଟି ହେବା ଏକ ପ୍ରକାର ଅସମ୍ଭବ ଥିଲା । ଭବିଷ୍ୟତରେ ଏହି ପ୍ରକ୍ରିୟାକୁ ମଣିଷଙ୍କ ସହିତ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯିବା ନେଇ ବୈଜ୍ଞାନିକମାନେ ଯୋଜନା ରଖିଛନ୍ତି । ବେଙ୍ଗ ଭଳି ଷ୍ଟାରଫିସ୍‌, କଙ୍କଡା, ଝିଟିପିଟି ପୂର୍ନବାର ଅଙ୍ଗ ବଢାଇବାରେ ସକ୍ଷମ ଅଟନ୍ତି, ତେଣୁ ଏହି ପ୍ରକ୍ରିୟା ସେମାନଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।

Comments are closed.