ମୁମ୍ବାଇ: ଦ.ଆଫ୍ରିକା ଟି-୨୦ ଲିଗ୍ରେ ଏକ ଫ୍ରାଞ୍ଚାଇଜ୍ କିଣିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ କମ୍ପାନୀ ପକ୍ଷରୁ ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି-୨୦ ଟିମ୍କୁ କିଣା ଯାଇଥିଲା । ପୁଣି କେପଟାଉନ୍ ସ୍ଥିତ ଏହି ନୂଆ ଫ୍ରାଞ୍ଚାଇଜ୍ ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ରାଣ୍ଡକୁ ଆଗକୁ ବଢ଼ାଇବ । ଭାରତରେ କ୍ରିକେଟ୍ ଫ୍ରାଞ୍ଚାଇଜ୍ ଫୁଟବଲ ଲିଗ୍ର ମାଲିକାନା କ୍ରୀଡା ପ୍ରଯୋଜନା, କନସଲ୍ଟାନ୍ସି ଓ କ୍ରୀଡାବିତ୍ ପ୍ରତିଭା ପରିଚାଳନା ଜରିଆରେ ରିଲାଏନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
ଏଥିସହିତ ଆର୍ଆଇଏଲ୍ର ସିଏସ୍ ଶାଖା ରିଲାଏନ୍ସ ଫାଉଣ୍ଡେସନ୍ ସ୍ପୋର୍ଟ୍ସ ସାରା ଦେଶରେ କ୍ରୀଡାବିତ୍ଙ୍କୁ ବିଭିନ୍ନ କ୍ରୀଡାରେ ଚାମ୍ପିଅନ୍ ହେବା ଲାଗି ସୁଯୋଗ ପ୍ରଦାନ କରି ଭାରତର ଅଲିମ୍ପିକ୍ ଅଭିଯାନର ନେତୃତ୍ୱ ନେଇଛି । ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ କରିବାରେ ରିଲାଏନ୍ସର ଭୂମିକା ଅତୁଳନୀୟ । ଚଳିତବର୍ଷ ପ୍ରାରମ୍ଭରେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ୪୦ ବର୍ଷର ବ୍ୟବଧାନ ପରେ ୨୦୨୩ରେ ମୁମ୍ବାଇରେ ସମ୍ମାନଜନକ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ଆୟୋଜନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା ।
ନିର୍ଦ୍ଦେଶିକା ନୀତା ଅମ୍ବାନୀ କହିଛନ୍ତି ରିଲାଏନ୍ସ ପରିବାରକୁ ଆମର ନୂଆ ଟି-୨୦ ଟିମ୍କୁ ସ୍ୱାଗତ କରି ଆମେ ଅତ୍ୟନ୍ତ ଉଲ୍ଲଶିିିତ । ମୁମ୍ବାଇ ଇଣ୍ଡିଆନ୍ସର ନିର୍ଭିକ ଓ ମନୋରଞ୍ଜନ ଧର୍ମୀ କ୍ରିକେଟକୁ ଆମେ ଭଲ ପାଉଥିବା ଦେଶ ଦକ୍ଷିଣ ଆଫ୍ରିକା ନେଉଥିବାରୁ ଅତ୍ୟନ୍ତ ଉସିାହିତ । ଦ.ଆଫ୍ରିକାରେ ଭଲ କ୍ରୀଡା ପରିବେଶ ରହିଛି । ଏହି ସହଯୋଗିତାର ଶକ୍ତି ଓ ସମ୍ଭାବନା ସନ୍ଧାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଆମେ ମୁମ୍ବାଇ ଇଣ୍ଡିଆନ୍ସର ବିଶ୍ୱସ୍ତରୀୟ ଉପସ୍ଥିତିକୁ ବଢ଼ାଉଥିବା ବେଳେ କ୍ରୀଡା ଜରିଆରେ ଖୁସି ଓ ଉଲ୍ଲାସର ପ୍ରସାର ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛୁ ।
ରିଲାଏନ୍ସ ଜିଓ’ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ଦ.ଆଫ୍ରିକା ଫ୍ରାଞ୍ଚାଇଜ୍ ସହିତ ଆମର ଏବେ ୩ଟି ଦେଶରେ ୩ଟି ଟି-୨୦ ରହିଛି । କ୍ରିକେଟରେ ଆମର ରହିଥିବା ଅଭିଜ୍ଞତା ତଥା ମୁମ୍ବାଇ ଇଣ୍ଡିଆନ୍ସ ବ୍ରାଣ୍ଡକୁ ବ୍ୟବହାର କରି ଟିମ୍ ଗଠନ କରିବା ଏବଂ କ୍ରୀଡାପ୍ରେମୀଙ୍କୁ ଶ୍ରେଷ୍ଠ କ୍ରିକେଟ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।

Comments are closed.