ଦେଶୀ ବନ୍ଧୁକ ତିଆରି କରି ଦୁଇ ଗିରଫ

ରେଢ଼ାଖୋଲ, ସେପ୍‌ଟେମ୍ବର ୨୨: ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୬ଟି ବନ୍ଧୁକ, ବେରେଲ, ବନ୍ଧୁକ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରାଯାଇଛି । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ବାସୁପାଲି ଗାଁରେ । ଅଭିଯୁକ୍ତଦ୍ୱୟ ହେଲେ କୁମର ଭିତିରିଆ ଓ ଜନନୀ ପ୍ରଧାନ । ଜନନୀଙ୍କ ସ୍‌୍ୱାମୀ ତାରିଣୀ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବହୁ ବର୍ଷ ହେବ ତାରିଣୀ ଓ ଜନନୀ ନିଜ ଘରେ ଲୁହା କାମ କରିବା ନାଁରେ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରି ଆସୁଥିଲେ । କୁମର ତାଙ୍କୁ କାମରେ ସହଯୋଗ କରୁଥିଲେ । ଯୁଯୁମୁରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ତାରିଣୀ ପ୍ରଧାନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଜନନୀ ପ୍ରଧାନ ଓ ବନ୍ଧୁକ ତିଆରିରେ ସହଯୋଗ କରୁଥିବା କୁମର ଭିତିରିଆଙ୍କୁ ପୁଲିସ ଗିରଫ କରିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.