ତସ୍ମାନିଆ: ଡିସେମ୍ବର ୨୫: ଅଷ୍ଟ୍ରେଲିଆର ତସ୍ମାନିଆ ଉପକୂଳରେ ଦୀର୍ଘ ୨୨ ବର୍ଷ ପରେ ବିଲୁପ୍ତ ମାଛ ଆବିଷ୍କାର ହୋଇଛି । ଗୋଲାପୀ ରଙ୍ଗର ଏହି ମାଛ ହାତ ସାହାଯ୍ୟରେ ଚାଲିଥାଏ । ୧୯୯୯ ମସିହାରେ ଶେଷ ଥର ପାଇଁ ଏହି ମାଛ ତସ୍ମାନିଆରେ ଦେଖାଯାଇଥିଲା । ଏହା ହେଉଛି ହାତରେ ଚାଲୁଥିବା ପ୍ରଥମ ଗୋଲାପୀ ରଙ୍ଗର ମାଛ ।
ମତ୍ସ୍ୟ ବିଶେଷଜ୍ଞଙ୍କ ମତରେ, ଏହି ମାଛ ‘ବ୍ରାଚିଓନିଚ୍ଥିଡାଏ’ ଶ୍ରେଣୀ ଅନ୍ତର୍ଗତ । ଏହି ଜାତିର ମାଛମାନେ ସନ୍ତ୍ୟପାୟୀ ହେବା ସହିତ ହାତରେ ଦ୍ରୁତ ଗତିରେ ଚାଲିପାରନ୍ତି । ଏଣୁ ଏମାନଙ୍କ ହାତ ଲମ୍ବା ରହିଥାଏ । କିନ୍ତୁ ବିଲୁପ୍ତ ହୋଇଯାଇଥିବ ଏହି ଦୁର୍ଲଭ ଗୋଲାପୀ ରଙ୍ଗର ମାଛ ଏପର୍ଯ୍ୟନ୍ତ ୪ଥର ଦୃଷ୍ଟିଗୋଚର କଥା ଅଷ୍ଟ୍ରେଲିଆର ଏକ ମତ୍ସ୍ୟ ପୁସ୍ତକରେ ରହିଛି । ଏହାସହିତ ଏହି ମାଛ ଡାଇନୋସର ଯୁଗ ବୋଲି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଡାଇନୋସର ଧୀରେ ଧୀରେ ଲୋପ ପାଇବା ସହିତ ବହୁ ସ୍ଥଳ ଓ ଜଳଚର ପ୍ରଜାତି ମଧ୍ୟ ଲୋପ ପାଇଯାଇଥିଲେ । ଏମାନଙ୍କ ମଧ୍ୟରେ ଏହି ଗୋଲାପୀ ମାଛ ରହିଥିଲା ।
‘ୟୁନିଭର୍ସିଟି ଅଫ୍ ତସ୍ମାନିଆ’ର ଗବେଷକ ମାଛ ଏବଂ ଚିଙ୍ଗୁଡ଼ିର ଜୀବନ ଶୈଳୀ ସମ୍ପର୍କରେ ଜାଣିବା ପାଇଁ ‘ତସ୍ମାନିଅର ମରିନ୍ ପାର୍କ’ସ୍ଥିତ ସମୁଦ୍ରର ୧୨୦ ମିଟର ଗଭୀରରେ ଏକ କ୍ୟାମେରା ଲଗାଇଥିଲେ । ଏହି ସମୟରେ ଗୋଲାପୀ ରଙ୍ଗର ବିଲୁପ୍ତ ମାଛ ଦୀର୍ଘ ବର୍ଷ ପରେ ଲୋଚନକୁ ଆସିଥିଲା । ଏହି ମାଛ ମିଳିବା ପରେ ଗବେଷକମାନଙ୍କର ଜିଜ୍ଞାସା ବଢ଼ିଯାଇଛି ଏବଂ ଆଗକୁ ଅନ୍ୟ ବିଲୁପ୍ତ ମାଛ ପୁନର୍ବାର ଦୃଷ୍ଟଗୋଚର ହୋଇପାରେ ବୋଲି ଆଶା କରାଯାଉଛି ।

Comments are closed.