ବିରଳ ଜଳଜୀବ “ଭ୍ୟାକିତା ପର୍ପୋଜେ”

ଦୁନିଆର ଦୁର୍ଲଭ ଜୀବମାନଙ୍କ ମଧ୍ୟରୁ ଏକ ଭ୍ୟାକିତା ପର୍ପୋଜେକୁ ବିଲୁପ୍ତ ପ୍ରାଣୀ ତାଲିକାରେ ସାମିଲ କରାଯାଇଛି । ବର୍ତ୍ତମାନ ସେମାନଙ୍କର ସଂଖ୍ୟା ମାତ୍ର ୧୦ ରହିଛି । ଭ୍ୟାକିତା ପୃଥିବୀର ବିରଳ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ହୋଇଥିବା ବେଳେ ନିକଟରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ ଏମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରାଯାଇପାରିବ ।

ଧୂସର ରଙ୍ଗର ଏହି ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ କାର୍ଲିଫର୍ଣ୍ଣିଆର ଉପସାଗରରେ ଦେଖିବାକୁ ମିଳିଥାନ୍ତି । ସେମାନଙ୍କର ଲମ୍ବ ସର୍ବାଧିକ ୫ ଫୁଟ ଏବଂ ଓଜନ ୫୪ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଶିକାରୀଙ୍କ ଜାଲରେ ଫସିବାରୁ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ତେବେ ବିଲୁପ୍ତ ହେବାର ଅନ୍ୟ କାରଣ ମଧ୍ୟ ରହିଛି, ତାହା ହେଉଛି ତୋତୋବା ମାଛର ବିଲୁପ୍ତ ହେବା । ତଥ୍ୟ ଅନୁଯାୟୀ ଭ୍ୟାକିତା ପ୍ରଜାତି ପାଇଁ ଖାଦ୍ୟର ମୁଖ୍ୟ ଉତ୍ସ ହେଉଛି ତୋତଆବା ମାଛ । ତେଣୁ ଖାଦ୍ୟ ନପାଇ ଭ୍ୟାକିତା ବିଲୁପ୍ତ ହେବାକୁ ବସିଛି । ତେଣୁ ମାଛ ଧରିବା ପ୍ରକ୍ରିୟାକୁ ରୋକା ଗଲେ ଏମାନେ ବିଲୁପ୍ତ ହେବାରୁ ରକ୍ଷା ପାଇବେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସାଇନ୍ସ ଜର୍ନଲରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁଯାୟୀ ଭ୍ୟାକିତା ପ୍ରଜାତି ଏବେ ବି ଆନୁବଂଶିକ ଭାବେ ଦୁର୍ବଳ ହୋଇନାହାନ୍ତି ।

 ବିରଳ ଜଳଜୀବ ଭ୍ୟାକିତା ପର୍ପୋଜେ

ଏହାକୁ ଦେଖିଲେ ଆଗାମୀ ୫୦ବର୍ଷ ମଧ୍ୟରେ ଏମାନେ ବଂଶବୃଦ୍ଧି କରିପାରିବେ । ୧୯୮୫ରୁ ୨୦୧୭ ମଧ୍ୟରେ ଧରାଯାଇଥିବା ଭ୍ୟାକିତାର ଡିଏନ୍‌ଏ ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ କରିଛନ୍ତି । ଏମାନଙ୍କ ଡିଏନ୍‌ଏ ଏବଂ ଆଜି ବି ବଞ୍ଚିଥିବା ଜୀବ ସହ ମେଳ ଖାଉଛି । ତେଣୁ ଅନୁକୁଳ ପରିସ୍ଥିତ ହେଲେ ସେମାନଙ୍କ ବଂଶ ବୃଦ୍ଧି ସମ୍ଭବପର । ଅନ୍ୟପକ୍ଷରେ ଏହି ପ୍ରଜାତିକୁ ବଞ୍ଚାଇବା ସହଜ ହେବ ନାହିଁ ବୋଲି ରିସର୍ଚ୍ଚରେ କୁହାଯାଇଛି । କାରଣ ସ୍ଥାନୀୟ ଲୋକ ଏବଂ ପରିବେଶବିତ୍‌ଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ବିବାଦ । ଏଥିସହିତ ମେକ୍ସିକୋ ସରକାରଙ୍କୁ କୂଟନୈତିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିବ । ଏହା ପୂର୍ବରୁ ମଧ୍ୟ ଦେଶରେ ମାଛଜାଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ।

Govt

Comments are closed.