ସମୟ ଲାଇଭ,୩/୧୨: ହାଇଦ୍ରାବାଦ ପଶୁ ଡ଼ାକ୍ତରାଣୀଭ୍କୁ ଗଣ ଦୁଷ୍କର୍ମ ପରେ ଯେଉଁ ଭଳି ଭାବେ ନିର୍ମମ ଭାବେ ଜିଅନ୍ତା ଜାଳି ହତ୍ୟା କରାଯାଇଛି ତାହାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି।
କେହି କେହି ଫାଶୀ ଦଣ୍ଡ ପାଇଁ ଦାବି କରୁଥିବାବେଳେ କେହି କେହି ସମସ୍ତଙ୍କ ସାମନାରେ ହତ୍ୟା କରିବା ପାଇଁ ଦାବି କରୁଛନ୍ତି। କେବଳ ଉତ୍ତ୍ୟକ୍ତ ଲୋକ ନୁହଁନ୍ତି ଖୋଦ୍ ଅଭିଯୁକ୍ତଭ୍କ ମା’ କହିଛନ୍ତି ‘ ମୋର ମଧ୍ୟ ଝିଅ ଅଛି। ତେଣୁ ମୋ ପୁଅ ସେ ନିରୀହ ଝିଅକୁ ଯେପରି ଜାଳିଦେଇଛି, ମୋ ପୁଅକୁ ମଧ୍ୟ ସେହିପରି ଜଳାଇଦିଆଯାଉ। ଅନ୍ୟପଟେ ରାୟ ପ୍ରକାଶରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟ ଦେଶରେ ବଳାତ୍କାରୀଙ୍କ ପାଇଁ ରହିଛି କଠୋର ଦଣ୍ଡ ବ୍ୟବସ୍ଥା:
– ସାଉଦିଆରବରେ ବଳାତ୍କାରୀଙ୍କ ଗୁପ୍ତାଙ୍ଗ କାଟିଦିଆଯାଇଥାଏ।
– ଆମେରିକାରେ ଦୁଷ୍କର୍ମ ଅଭିଯୁକ୍ତକୁ ବିଷ ଇଞ୍ଜେକ୍ସନ୍ ଦେଇ ମୃତ୍ୟୁ ଦଣ୍ଡ ଦିଆଯାଏ।
– ୟୁଏଇରେ ବଳାତ୍କାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଫାଶୀଦଣ୍ଡ ଦିଆଯାଇଥାଏ।
– ଚୀନରେ ଡ଼ିଏନଏ ମ୍ୟାଚ ପରେ ସିଧାସଳଖ ଫାଶୀଦଣ୍ନ ଦିଆଯାଇଥାଏ।
– ଇଣ୍ଡୋନେସିଆରେ ବଳକିାରୀର ଗୁପ୍ତାଙ୍ଗ କାଟି ନାରୀଙ୍କ ହରମୋନ ଦେଇ ଦିଆଯାଇଥାଏ।
– ସେହିପରି ଉତ୍ତର କୋରିଆରେ ବଳାତ୍କାରୀ ଦୋଷୀ ସାବ୍ୟସ୍ତ ହେଲେ ତାକୁ ଗୁଳି କରି ହତ୍ୟା କରାଯାଇଥାଏ।
– ଜର୍ମାନୀରେ ଦୁଷ୍କର୍ମକାରୀକୁ ଗ୍ୟାସ୍ ଚାମ୍ବରରେ ଭର୍ତ୍ତି କରି ମୃତ୍ୟୁଦଣ୍ଡ ଦିଆଯାଇଥାଏ।
– ତେବେ କେତକ ଦେଶରେ ବଳାତ୍କାରୀଙ୍କୁ ଇଲେକ୍ଟ୍ରି ଚେୟାରରେ ବସାଇ ୨ ହଜାର ଭୋଲ୍ଟର କରେଣ୍ଟ ଦିଆଯାଇଥାଏ।

Comments are closed.