ଆଲୁର : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ମୁମ୍ବାଇ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବେଙ୍ଗଲ ଇନିଂସ୍ ଅଗ୍ରଣୀ ଦୃଷ୍ଟିରୁ ଝାଡ଼ଖଣ୍ଡକୁ ପଛରେ ପକାଇ ୪ର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ହୋଇଛି ।
ମୁମ୍ବାଇ-ଉତ୍ତରାଖଣ୍ଡ
ଆଲୁରରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ମୁମ୍ବାଇ ୭୨୫ ରନ୍ ବ୍ୟବଧାନରେ ଉତ୍ତରାଖଣ୍ଡକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି । ମୁମ୍ବାଇ ପ୍ରଥମ ଇନିଂସ୍ରେ ୬୪୭/୮ ଓ ଦ୍ୱିତୀୟ ଇନିଂସ୍ରେ ୨୬୧/୩ ରନ୍ କରି ପାଳି ଘୋଷଣା କରିଥିଲା । ଉତ୍ତରାଖଣ୍ଡ ପ୍ରଥମ ଇନିଂସ୍ରେ ୧୧୪ ଓ ଦ୍ୱିତୀୟ ଇନିଂସ୍ରେ ୬୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜମାଣିଆ ପ୍ରଦର୍ଶନ ପାଇଁ ଶୁଭେଦ ପାର୍କରଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।
ପଞ୍ଜାବ-ମଧ୍ୟପ୍ରଦେଶ
ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ମଧ୍ୟପ୍ରଦେଶ ୧୦ ୱିକେଟ୍ରେ ପଞ୍ଜାବକୁ ହରାଇଛି । ଏହି ମ୍ୟାଚ୍ରେ ପଞ୍ଜାବ ପ୍ରଥମ ଇନିଂସ୍ରେ ୨୦୯ ଓ ଦ୍ୱିତୀୟ ଇନିଂସ୍ରେ ୨୦୩ ରନ୍ କରିଥିଲା । ମଧ୍ୟପ୍ରଦେଶ ପ୍ରଥମ ଇନିଂସ୍ରେ ୩୯୭ ଓ ୨୬/୦ ରନ୍ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିଲା । ମଧ୍ୟପ୍ରଦେଶର ଶୁଭମ୍ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।
ବେଙ୍ଗଲ-ଝାଡ଼ଖଣ୍ଡ
ବେଙ୍ଗଲ-ଝଡ଼ଖଣ୍ଡ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ବେଙ୍ଗଲ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୭୬/୩ ରନ୍ କରିଛି । ପୂର୍ବରୁ ବେଙ୍ଗଲ ପ୍ରଥମ ଇନିଂସ୍ରେ ୭୭୩/୭ ରନ୍ କରି ପାଳି ଘୋଷଣା କରିଥିଲା । ଜବାବରେ ଝାଡ଼ଖଣ୍ଡ ୨୯୮ ରନ୍ କରି ଇନିଂସ୍ ପଛୁଆ ରହିଥିଲା । ଦ୍ୱିତୀୟ ଇନିଂସ୍ରେ ବେଙ୍ଗଲ ପକ୍ଷରୁ ଅଭିଶେକ ରମଣ ୨୨, ଅଭିମନୁ୍ୟ ଈଶ୍ୱରନ୍ ୧୩, ସୁଦୀପ୍ କୁମାର ଘର୍ମି ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନୁସ୍ତୁପ ମଜୁମ୍ଦାର ୨୨ ଓ ମଜେନା ତିୱାରୀ ୧୨ ରନ୍ କରି ଅପରାଜିତ ଥିଲେ । ଝାଡ଼ଖଣ୍ଡର ସାହାବାଜ ନଦୀମ ସର୍ବାଧିକ ୩ ୱିକେଟ୍ ସଫଳତା ହାସଲ କରିଥିଲେ ।

Comments are closed.