ରିଲ୍‌ସ କରି ଫସିଲେ ରାମାୟଣ ଫେମ୍‌ ଲବ

ଦିଲ୍ଲୀ: ଲୋକପ୍ରିୟ ଧାରାବାହିକରେ ପ୍ରଭୁ ଶ୍ରୀ ରାମଙ୍କ ପୁତ୍ର ଲବ ଚରିତ୍ରରେ ଅଭିନୟ କରିଥିବା ସୁରେନ୍ଦ୍ର ପାଟିଲ ରିଲ୍‌ସ କରି ଏବେ ଫସି ଯାଇଛନ୍ତି । ତାଙ୍କୁ ରିଲ୍‌ସ କରିବାର ସୌକ୍‌ ଏତେ ଥିଲା ଯେ, ସେ ସୁଟିଂ କରିବାକୁ ସିଧା ଥାନାରେ ପହଞ୍ଚିଥିଲେ । ସେଠାରେ ସେ ପୋଲିସ ଚୌକିରେ ବସି ଆରାମରେ ରିଲ୍‌ସ ସୁଟିଂ କରିଥିଲେ । ଏହିପରିକି ତାଙ୍କର କିଛି ରିଲ୍‌ସରେ ପୋଲିସ ଚୌକି ପାଖରେ ଅନେକଗୁଡିଏ ଟଙ୍କା, ଖଣ୍ଡା, ବନ୍ଧୁକ ମଧ୍ୟ ପଡ଼ିରହିଥିବା ଦେଖିବାକୁ ମିଳିଥିଲା । ଏନେଇ ଅଭିଯୋଗ ହେବା ପରେ ସୁରେନ୍ଦ୍ର ପାଟିଲଙ୍କୁ ପୋଲିସ ଗିରଫ କରି କଲ୍ୟାଣ କୋର୍ଟରେ ହାଜର କରିଛି ।

Ramayana actor who played Luv arrested over Instagram reels

ସୁରେନ୍ଦ୍ର ପାଟିଲଙ୍କୁ ଏବେ ୫୦ ବର୍ଷ ବୟସ । ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ହଜାର ହଜାର ଫଲୋଅର୍ସ ରହିଛନ୍ତି । ତାଙ୍କୁ ନିଆରା ରିଲ୍‌ସ କରିବାକୁ ବହୁତ ପସନ୍ଦ । ସୁରେନ୍ଦ୍ର ପେଶାରେ ଜଣେ ବଡି ବିଲ୍‌ଡର ।

Govt

Comments are closed.