ମୁମ୍ବାଇ: ଟେଲିଭିଜନର ସବୁଠୁ ବିବାଦୀୟ ରିୟାଲିଟି ଶୋ ବିଗ୍ ବସ୍-୧୫ ଦର୍ଶକଙ୍କୁ ଖୁବ ଏଣ୍ଟରଟେନ୍ କରିବାରେ ଲାଗିଛି । ଚଳିତ ସିଜିନରେ ଟିଭି ଜଗତର ଦମଦାର ଏବଂ ଲୋକପ୍ରିୟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଛନ୍ତି । ଶୋର ପ୍ରଥମ ସପ୍ତାହ ଧମାଲ କରୁଥିବା ବେଳେ ଏହାକୁ ଆହୁରି ରୋମାଞ୍ଚକର କରିବା ପାଇଁ ଖୁବଶୀଘ୍ର ୱାଇଲï କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି । ଏଥିପାଇଁ ଅନେକଙ୍କ ନାମ ଚର୍ଚ୍ଚାକୁ ଆସିଛି । ଏହାରି ମଧ୍ୟରେ ଶୋବିଜ୍ ଇଣ୍ଡଷ୍ଟ୍ରୀର ପପୁଲାର ସେଲିବ୍ରେଟି ରାଜୀବ ଅଦାତିୟାଙ୍କ ନାମ ସାମ୍ନାକୁ ଆସିଛି । ତେବେ ସଲମାନ ଖାନଙ୍କ ଏହି ଶୋରେ ରାଜୀବ ସାମିଲ ହେବା ନେଇ ବହୁତ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି ।
ରାଜୀବ ଅଦାତିୟା ୧୮ ବର୍ଷ ବୟସରୁ ହିଁ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ୍ସର ପପୁଲାର ଫେସ୍ ହୋଇରହିଛନ୍ତି । ଅନେକ ବର୍ଷରୁ ସେ ଶୋବିଜ୍ ଇଣ୍ଡଷ୍ଟ୍ରୀରେ ସକ୍ରିୟ ମଧ୍ୟ ଅଛନ୍ତି । ରାଜୀବ ଆର୍ଟ୍ସରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଏକାସଙ୍ଗରେ ପ୍ରଯୋଜକ, ଉଦ୍ୟୋଗୀ ଏବଂ ମୋଟିଭେଶନାଲ ସ୍ପିକର ଭାବେ ଜଣାଶୁଣା । ରାଜୀବ ଲୋକଙ୍କ ନକାରାତ୍ମକ ବିଚାରକୁ ସକାରାତ୍ମକ କରିବାରେ ସାହାଯ୍ୟ କରିଥାନ୍ତି । ସେ ଖୁସି ବାଣ୍ଟିବାରେ ବିଶ୍ୱାସ ରଖନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଶମିତା ସେଟ୍ଟୀଙ୍କର ରାଜୀବ ହେଉଛନ୍ତି ରାକ୍ଷୀ ଭାଇ ।
ସେ ଉଭୟ ଶିଳ୍ପା ଏବଂ ଶମିତାଙ୍କ ସହ ଖାସ୍ ବଣ୍ଡ୍ ସେୟାର କରୁଥିବା ଅନେକ ସ୍ଥାନରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ରାଜୀବଙ୍କ ଦୁଇ ଭଉଣୀଙ୍କ ସହ ଅନେକ ଫଟୋ ରହିଛି । ଏହା ବ୍ୟତୀତ ରାଜୀବଙ୍କ ଲତା ମଙ୍ଗେସକର, ରବି ଦୁବେ, ପରିଣୀତି ଚୋପ୍ରା, ଋଷି କପୁର, ନୀତୁ କପୁର, ଧୋନୀ, ରିଦ୍ଧିମା କପୁର ସମେତ ଅନେକ ସେଲିବ୍ରେଟିଙ୍କ ସହ ଫଟୋ ଥିବା ଦେଖିବାକୁ ମିଳେ ।
ରାଜୀବ ୧୮ ବର୍ଷ ବୟସରେ ମଡେଲିଂ ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଧୀରେ ଧୀରେ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଏକ ଡେକୋର କମ୍ପାନୀ ସହ ଜଡ଼ିତ ହୋଇଥିଲେ । ଏହାସହ ଏକ ଇଭେଣ୍ଟ କମ୍ପାନୀ ମଧ୍ୟ ଖୋଲିଥିଲେ ଯାହା ବଲିଉଡ୍ ଏବଂ ହଲିଉଡ୍ର ବଡ଼ ଷ୍ଟାରଙ୍କ ସହ କାମ କରୁଛି ।
ଯଦି ରାଜୀବ ଅଦାତିୟା ବିଗ୍ ବସ୍ରେ ୱାଇଲï କାର୍ଡ ଖେଳାଳୀ ହୋଇ ଏଣ୍ଟ୍ରି କରନ୍ତି, ଯାହା ଶୋକୁ ନୂଆ ଟ୍ୱିଷ୍ଟ ଦେଇପାରିବ । ଏଥିସହ ଶମିତା ସେଟ୍ଟୀଙ୍କ ଗେମ୍କୁ ଆହୁରି ମଜବୁତ କରିପାରିବ ।
Comments are closed.