ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ,ଅକ୍‌ଟୋବର ୨୨ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବୌଦ୍ଧଜିଲ୍ଲା ମହିଳା କଂଗ୍ରେସ । ଦଳ ପକ୍ଷରୁ ଆଜି ଜିଲ୍ଲା ସଭାନେତ୍ରୀ କବିତା ମହାକୁଳଙ୍କ ନେତୃତରେ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମନ୍ତ୍ରୀଙ୍କ ବହିସ୍କାର ଦାବି କରାଯାଇ ଥିଲା ଏବଂ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ଅର୍ଥମନ୍ତ୍ରୀ ନିରନ ପୁଜାରୀ,ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବିଭିନ୍ନ ସମୟରେ ସଂପୃକ୍ତ କଲେଜକୁ ଗସ୍ତ କରି ସେଠାରେ ରାତ୍ରୀଯାପନ କରିଥିବା ସନ୍ଦେହ ଉପୁଜୁଥିବାରୁ ମାମଲାର ସିବିଆଇ ତଦ‘ ଦାବି କରାଯାଇଛି । ଏଥିସହିତ ଏକ ଘରୋଇ କଲେଜକୁ କିପରି ଭାବରେ ଏବଂ କେଉଁ ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଯୋଗାଇଦିଆଯାଗଲା ତାହାର ମଧ୍ୟ ତଦ‘ କରାଯିବାକୁ ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ମାମଲାର ନିରପେକ୍ଷ ତଦ‘ କରାଯିବାକୁ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର, ଉପସଭାପତି ସମରେଶ ମିଶ୍ର,କୋଷାଧ୍ୟକ୍ଷ ପ୍ରଦିପ କୁମାର ଦାସ,ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କୁମାର କର୍ଣ୍ଣ,ରୋହିତାଶ୍ୱ ବେହେରା, ବେଣୁଧର ମେହେର,ତାରେଣି ଜେନା,ଅର୍ଜୁନ ମହାନନ୍ଦିଆ ଓ ଗଣେଶ ଅଗ୍ରୱାଲା ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.