ଓଡ଼ିଶାର ଗଣପର୍ବ ରଜର ପାଳନ ଖୁବ ଧୁମଧାମରେ ହୋଇଥାଏ । ଏହି ତିନି ଦିନ ପ୍ରତିଟି ଘର ଉତ୍ସବମୁଖର ହୋଇଥାଏ । ଏଦି ତିନଦିନକୁ ଖୁବ ଉତ୍ସାହର ସହିତ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହିତ ସମସ୍ତେ ଉପଭୋଗ କରନ୍ତି ।
ଓଡ଼ିଶାରେ ବିଭିନ୍ନ ପର୍ବ ପାଳନ କରାଯାଇଥାଏ । ହେଲେ ସେଥିରୁ ରଜର ସ୍ଥାନ ଓଡ଼ିଆଙ୍କ ମନରେ ସ୍ୱତନ୍ତ୍ର । ରଜକୁ ନେଇ ଲୋକଙ୍କ ମନରେ ରହିଛି ଅଲଗା ଭଲପାଇବା । କୃଷି ଭିତ୍ତିକ ପର୍ବ ଓ ଗଣ ପର୍ବ ଭାବେ ଏହା ପୁରପଲ୍ଲୀରେ ପରିଚିତା ରଜ ଯେ କେବଳ ଆନନ୍ଦ ଉତ୍ସାହର ପର୍ବ ତାହା ନୁହେଁ , ଏହି ପର୍ବ ପାଳନ ପଛରେ ରହିଛି ନାରୀଙ୍କୁ ସମ୍ନାନ ଦେବାର ସ୍ୱତନ୍ତ୍ର ପ୍ରୟାସା ରଜ ମାଧ୍ୟମରେ ମାଟି ମା’କୁ ଜଣେ ସାଧାରଣ ନାରୀ ସହ ତୂଳନା କରାଯାଇଥାଏା ସାଧାରଣ ଯୁବତୀ ମାନେ ରଜ୍ୱସଳା ହେବା ପରେ ନିଜର ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତିା ସେହିପରି ଧରଣୀ ମା’ ମଧ୍ୟ ଏହି ତିନିଦିନରେ ନୂଆ ଫସଲ ପାଇଁ ନିଜକୁ ପ୍ରସ୍ତୁତ କରିଥାଏା ବିଭିନ୍ନ ନୀତିକୁ ନେଇ ଏହି ପର୍ବ ୩ଦିନ ଧରି ପାଳନ କରାଯାଏା ରଜରେ ଗାଁ ଗାଁରେ ଉତ୍ସବର ମାହୋଲ ଦେଖାଦେଇଥାଏା ପାନ ଓ ପିଠା ଖାଇ, ଦୋଳି ଖେଳି ଆନନ୍ଦ ଉଲ୍ଲାସରେ ସମସ୍ତେ ଏହି ପର୍ବର ମଜା ନିଅନ୍ତିା ଏହି ପର୍ବ ସମାଜର ସବୁ ବର୍ଗଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭାଇଚାରାର ମନୋଭାବକୁ ଅଧିକ ମଜବୁତ କରୋ ହେଲେ ଗତ ଦୁଇବର୍ଷ ହେଲାଣି ରଜକୁ ଫିକା କରୁଛି ମହାମାରୀା ଖାଲିଖାଲିରେ ପାଳନ ହେଉଛି ଆନନ୍ଦର ପର୍ବ ରଜା ଗତ ୨ଥର ଘରର ଚାରିକାନ୍ଥ ଭିତରେ ରଜ ପାଳନ ହେଉଛି । ତେବେ ଚଳିତଥର କୋରନା କଟକଣା ନଥିବାରୁ ସାଙ୍ଗସାଥୀଙ୍କ ମେଳରେ ପାଳନ ହେବ । ଅନଲାଇନ୍ ଓ ଫୋନକଲ ଛାଡି ଏଥର ବନ୍ଧୁସାଥୀଙ୍କ ଘରକୁ ଯାଇ ସମସ୍ତେ ରଜର ମଉଜ ଉଠାଇବେ ।
ନିଆରା ସ୍ୱାଦ
ରଜର ପ୍ରମୁଖ ଆକର୍ଷଣ ହୋଇଥାଏ ଏହାର ଖାଦ୍ୟ । ରଜରେ ଘରେଘରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ଏଥିରେ ସବୁଠାରୁ ଆଗରେ ରହିଥାଏ ପୋଡ ପିଠା । ପ୍ରତିଟି ଓଡିଆ ଘରେ ପୋଡ ପିଠା ପ୍ରସ୍ତୁତ ହୋଇଥାଏ । ଏହାସହ ଖାସୀମାଂସର ଆସର ଯମିଥାଏ । ସମସ୍ତ ସୁସ୍ୱାଦୁ ବ୍ୟଞ୍ଜନ ଖାଇବା ପରେ ଶେଷକୁ ପାନ ଖାଇ ସମସ୍ତେ ଖୁବ ଖୁସିରେ ଏହାକୁ ଉପଭୋଗ କରିଥାଆନ୍ତି । ରଜ ପାନରେ ବିଭିନ୍ନ ପ୍ରକାର ମସଲା ଦେଇ ପ୍ରସ୍ତୁତ କରାଯାଇଥାଏ ।

Comments are closed.