GST ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର । ବ୍ୟବସାୟୀଙ୍କୁ ଜିଏସଟି ରେଡରୁ ମୁକୁଳାଇବା ନିମନ୍ତେ ସେ ୩ ଲକ୍ଷ ଟଙ୍କା ଦାବି କରିଥିଲେ GST ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀ I ବିନୟ ଭୂଷଣ ବର୍ତ୍ତମାନ ଯାଜପୁର CT&GST ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଭାବରେ ଅବସ୍ଥାନ କରୁଛନ୍ତି । ସେ ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ୫.୮୫ ଲକ୍ଷ ସରକାରୀ ଟିକସ ହେରଫେର କରିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ବିନୟ ଭୂଷଣ ତ୍ରିପାଠୀଙ୍କ ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ୍ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସ ଡିଭଜନ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ବିଭିନ୍ନ କମ୍ପାନୀର କିଛି ଡକ୍ୟୁମେଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

Govt

Comments are closed.