୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା

ସମୟ ଲାଇଭ,୨/୧: ସାରା ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ଶୀତର ପରିଣାମ କମ୍ ରହିବ। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସହରର ପାରଦ ୧୦ ଡିଗ୍ରୀ ଉପରେ ରହିଛି। ଏଥିସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଇଛି। ରାଜ୍ୟର ୮ଟି ଜିଲ୍ଲାରେ କୁଆପଥର ସହ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବର୍ଷା କମିବା ପରେ ୫ ତାରିଖ ପରଠାରୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Launching Ceremony of “AYUSHMAN BHARAT

Comments are closed.