ଦ୍ରାବିଡଙ୍କୁ ବିଶ୍ରାମ, ଲକ୍ଷ୍ମଣଙ୍କୁ ଦାୟିତ୍ୱ, ଟିମ୍‌ ଇଣ୍ଡିଆର ନୁ୍ୟଜିଲାଣ୍ଡଗସ୍ତ

ଆଡିଲେଡ : ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଆଗାମୀ ନୁ୍ୟଜିଲାଣ୍ଡଗସ୍ତରେ ଭାରତୀୟ ଜାତୀୟ ଦଳର ମୁଖ୍ୟ କୋଚ ଭୂମିକା ନିର୍ବାହ କରିବାକୁଯାଉଛନ୍ତି । ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଦ୍ରାବିଡଙ୍କ ସହ ଅନ୍ୟ ସହକାରୀ ପ୍ରଶିକ୍ଷକଙ୍କୁ ନୁ୍ୟଜିଲାଣ୍ଡଗସ୍ତରୁ ବିଶ୍ରାମ ଦିଆଯାଇଛି । ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ହାରିଥିଲା । ଏହାପରେ ଦ୍ରାବିଡଙ୍କ ସମେତ ତାଙ୍କ ପ୍ରଶିକ୍ଷଣ ଟିମ୍‌କୁ ବିସିସିଆଇ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ।

Rahul Dravid rested for New Zealand tour, Laxman to coach Team India

ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ନୁ୍ୟଜିଲାଣ୍ଡ ସହ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବ । ଚଳିତ ମାସ ୧୮ ତାରିଖରୁ ଏହି ଦୁଇ ପାକ୍ଷିକ ଶୃଙ୍ଖଳା ଆରମ୍ଭ ହେବାକୁଯାଉଛି ।
ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ତାରକା ବ୍ୟାଟର ବିରାଟ କୋହଲି, ଓପନର ଲୋକେଶ ରାହୁଲ ଓ ସ୍ପେନ୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନୁ୍ୟଚିଲାଣ୍ଡ ଗସ୍ତରୁ ବିଶ୍ରାମ ଦିଆଯାଇଛି । ଭିଭିଏସ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ, ହ୍ରିଷିକେଶ କାନିତକର ବ୍ୟାଟିଂ ଓ ସାଇରାଜ ବାହୁତୁଳେ ବୋଲିଂ କୋଚ୍‌ ଭାବେ ନୁ୍ୟଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ ସହ ଯିବେ । ପୂର୍ବରୁ ଲକ୍ଷ୍ମଣ ଜିମ୍ବାେୱ, ଆୟର୍ଲାଣ୍ଡ ଓ ଘରୋଇ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ।

ଟି-୨୦ ଶୃଙ୍ଖଳାରେ ଅଲ୍‌ରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ସେହିଭଳି ଦିନିକିଆରେ ଅଭିଜ୍ଞ ଶିଖର ଧାୱନ ଦଳର ମଙ୍ଗ ଧରିବେ । ତେବେ ବାଲାଦେଶ ଗସ୍ତ ବେଳକୁ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିବା ସହ ଦଳର ନେତୃତ୍ୱ ନେବେ । କୋହଲି ଓ ଅଶ୍ୱିନ ମଧ୍ୟ ବାଂଲାଦେଶଗସ୍ତରେ ଫେରିବେ । ଡିସେମ୍ବର ୪ରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ଓ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁଯାଉଛି । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳାଯିବ ।

Govt

Comments are closed.