ବିଦ୍ୟାଳୟ ଏଭଳି ଏକ ସ୍ଥାନ ଯେଉଁଠି ଛାତ୍ରଛାତ୍ରୀମାନେ ଜୀବନର ଅନେକ ଶିକ୍ଷା ପ୍ରାପ୍ତ କରନ୍ତି । ସେମାନେ ଏଠି କେବଳ ଯେ ପୁସ୍ତକରୁ ଶିଖନ୍ତି ତାହା ନୁହେଁ ଏଠାରେ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ଜ୍ଞାନ ବଢିଥାଏ । ତେଣୁ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ସର୍ବଦା କିଭଳି ଛାତ୍ରଛାତ୍ରୀଙ୍କର ଜ୍ଞାନବୃଦ୍ଧି ହେବ ସେ ନେଇ ଚେଷ୍ଟିତ ଥାଆନ୍ତି । ସେହିଭଳି ଏକ ବିଦ୍ୟାଳୟ ହେଉଛି କର୍ଣ୍ଣାଟକର ମାରିଆମ୍ବିକା ଇଂରାଜୀ ମିଡିଅମ ବିଦ୍ୟାଳୟ । ଏଠାରେ ବିଦ୍ୟାର୍ଥୀଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।
ପିଲାଙ୍କର ମଞ୍ଚ ଉପାସ୍ଥାପନା ଡର କମାଇବା ପାଇଁ ସେଠାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି । ସାଧାରଣତଃ ଛୋଟ ପିଲାମାନେ ମଞ୍ଚ ଉପରେ କିଛି କହିବା ପାଇଁ ସଙ୍କୋଚବୋଧ କରିଥାଆନ୍ତି । ଏହି ସଙ୍କୋଚକୁ କମାଇବା ପାଇଁ ସେଠାରେ ଏକ ରେଡିଓ ଷ୍ଟେସନ ଖୋଲାଯାଇଛି । ଏଠାରେ ପ୍ରତ୍ୟେକ ଦିନ ଖେଳ ଛୁଟିରେ ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ, ଯାହା ଫଳରେ ସେମାନେ ମଞ୍ଚରେ ଉପସ୍ଥାପନାର ଶୈଳୀ ଶିଖିପାରିବେ ।

ସେହିଭଳି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପିଲାଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା । ପିଲାମାନଙ୍କୁ ଏଠାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଯଥା ଗୀତ ବୋଲିବା, କବିତା ଓ ଗପ ଆବୃତ୍ତି, ହସକଥା ଭଳି ଅନେକ କାର୍ଯ୍ୟ କରିବାକୁ ଦିଆଯାଇଥାଏ । ଏହା ପିଲାଙ୍କର ଆତ୍ମବିଶ୍ୱାସ ବଢାଇବା ସହିତ ସେମାନଙ୍କୁ ମେଧାବୀ କରିଥାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟକ୍ରମରେ ସମସ୍ତ ପିଲା ଭାଗନେଉଥିବା ବେଳେ କେହି ସେମାନଙ୍କ ଉପସ୍ଥାପନା ଉପରେ ଭଲ ଖରାପ ବୋଲି ମତ ଦେଇନଥାନ୍ତି । ସେମାନଙ୍କୁ କେବଳ ଭଲ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ । ସ୍କୁଲ୍ଟିରେ ପ୍ରାୟ ୫୦୦ ଜଣ ପିଲା ପାଠପଢୁଛନ୍ତି । ସ୍କୁଲଟି ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।

Comments are closed.